ପଞ୍ଜାବ ପରେ ଏବେ ଆପ୍ ଟାର୍ଗେଟ ରେ ଓଡିଶା ,ମିଳିବ 200 ୟୁନିଟ ମାଗଣା ବିଜୁଳି

ପଞ୍ଜାବ ରେ 200 ୟୁନିଟ ମାଗଣା ବିଜୁଳି ନାରା ଦେଇ ସରକାର ଗଢ଼ିଥିବା ଆପ୍ ସରକାର ର ନଜର ଏବେ ଓଡିଶା ଉପରେ I ସିଧାସଳଖ ଓଡିଶା ରେ ମିଳୁଥିବା ବିଜୁଳି କୁ ନେଇ ସମାଲୋଚନା କରିବା ସହିତ ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିବା ସତ୍ୱେ କାହିଁକି ଓଡିଶା ବାସି ଏହାର ସୁବିଧା ପାଇପାରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ I

ତେବେ ଓଡିଶା ରେ ବିଜୁଳି ସମସ୍ୟା କୁ ମୁଖ୍ୟ ପ୍ରସଙ୍ଗ ଭାବରେ ନେଇ ଏବେ ଅଣ୍ଟା ଭିଡିଛି ଆପ୍ I 2024 ନିର୍ବାଚନ କୁ ନଜର ରେ ରଖି ଏବେଠାରୁ ସିଧାସଳଖ ଲୋକଙ୍କ ପାଖରେ ପହଁଚି ଦସ୍ତଖତ ଅଭିଯାନ ଆରମ୍ଭ କରିଛି ଆପ I ଆପ୍ ର 200 ୟୁନିଟ ମାଗଣା ବିଜୁଳି ଅଭିଯାନ କୁ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ସବୁଠି ସକାରାତ୍ମକ ପ୍ରତିକ୍ରିୟା ଆସିବାରେ ଲାଗିଛି I

ତେବେ ଆଗାମୀ ନିର୍ବାଚନ ରେ ଯେ ବିଜୁଳି ଏକ ମୁଖ୍ୟ ପ୍ରସଙ୍ଗ ନହେବ ତାହା କହିହେବନି , ଚର୍ଚା ହେଉଛି ଆପ୍ ର ଓଡିଶା ମଙ୍ଗ ଧରିବେ ବହୁ ଚର୍ଚିତ ବିଜୟ ମହାପାତ୍ର I ଯଦିଓ ଏନେଇ ବିଜୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ତେବେ ବିଜୟ ଙ୍କ ବନ୍ଧୁ ମିଳନ କୁ ନେଇ ଏଭଳି ଚର୍ଚ୍ଚ ଜୋର ଧରିଛି I

Leave a Comment