ଏକଲା ହେଇଗଲେ ଅପରାଜିତା , ଭୁବନେଶ୍ୱର ସାଂସଦ ଙ୍କୁ ବିରୋଧ କଲେ ପୁରୀ ବିଜେପି ବିଧାୟକ ନିଲୁ ଷଡ଼ଙ୍ଗୀ

ପୁଣି ଏକା ହେଇଯାଇଛନ୍ତି ଅପରାଜିତା ଷଡ଼ଙ୍ଗୀ , ଏପରିକି ନିଜ ଦଳ ର ବିଧାୟକ ବି ସାଥ ଦେଇନାହାନ୍ତି I ପୁରୀ ଐତିହ ଘଟଣାରେ କରିଡର ପ୍ରସଙ୍ଗ ଲୋକସଭା ରେ ସ୍ୱର ଉଠାଇ ସରକାର ଙ୍କୁ ହରଡ ଘଣା ରେ ପକାଇଥିବା ଭୁବନେଶ୍ୱର ସାଂସଦ ପୁରୀ ଚାଲ ଅଭିଯାନ ଓ ଆହ୍ବାନ ଦେଇଥିଲେ I ଆଜି ସକାଳ 8 ଘଟିକା ରୁ ଶରଧାବାଲିଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିବା ନେଇ ଆହ୍ୱାନ ଦେଇଥିଲେ I

ଏଥିରେ ବିଜେପି କର୍ମୀ ଙ୍କୁ ସାମିଲ ହେବାକୁ ମଧ୍ୟ କୁହାଯାଇଥିଲା କିନ୍ତୁ ଏହାକୁ ଦଳ ବିରୋଧ କରିଛି I ଅପରାଜିତା ଙ୍କୁ ଖୋଲାଖୋଲି ବିରୋଧ କରି ବରିଷ୍ଠ ବିଜେପି ନେତା ତଥା ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଦଳ ପୁରୀ ଚାଲ ଅଭିଯାନ ସମର୍ଥନରେ ନାହିଁ। ଏହା ଅପରାଜିତା ଙ୍କ ବ୍ୟକ୍ତିଗତ କାର୍ଯ୍ୟ I ସେହିଭଳି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି କି ପୁରୀ କୁ ଯଦି ଭକ୍ତ ଭାବରେ ଆସିବେ ଆମେ ସ୍ୱାଗତ କରିବୁ କିନ୍ତୁ ଏଠାରେ ଅଯଥା ଆହ୍ୱାନ ଦେବାର ଆବଶ୍ୟକତା ନାହିଁ I

ଆମେ ଏହାକୁ ଗ୍ରହଣ କରୁନୁ କି ଅପରାଜିତା ଙ୍କ ସହିତ ସାମିଲ ହେଉନୁ I ଅନ୍ୟପଟେ ପୁରୀ ପ୍ରସାଶନ ମଧ୍ୟ ପଦଯାତ୍ରା କୁ ଅନୁମତି ଦେଇନାହାନ୍ତି  I ଅପରାଜିତା ଙ୍କ ପୁରୀ ଚାଲ ଅଭିଯାନ କୁ ନିଜ ଦଳରୁ ବିରୋଧ ସତ୍ୱେ ବି ଆଜି ସେ ପୁରୀ ଆସୁଛନ୍ତି ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି I

Leave a Comment