ବେନି ଜନେ ସମଦଶା -ବିଜେପି ରେ ଯୋଗ ଦେଇ ଭୁଲ ହେଇଗଲା କି ?

ଦିନେ ସେ ଥିଲେ ପାୱାରଫୁଲ ଅଫିସର ,ଭାରି ରୋକଠୋକ I ପ୍ରସାଶନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତି ରେ ଯୋଗ ଦେଇଥିଲେ I ସେ ଯୋଗ ଦେଉ ଦେଉ ଓଡିଶା ବିଜେପି ରେ ହଇଚଇ ସୃଷ୍ଟି ହେଇଥିଲା I ଲୋକମାନେ ତାଙ୍କୁ ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବେ ଘୋଷଣା କରିନେଲେ I ଓଡ଼ିଶାର ରାଜଧାନୀ ତଥା ବିଜେଡି ର ଗଡ ଭୁବନେଶ୍ୱର ରୁ ସିଧାସଳଖ ନିର୍ଵାଚନ କୁ ଓଲ୍ହାଇଲେ ଅପରାଜିତା ଏବଂ ବିଜେଡି ପ୍ରାଥୀ ଙ୍କୁ ପରାଜିତ କରି ଏକ ନୂଆ ଇତିହାସ ରଚିଲେ I ହୁଏତ ଦଳରେ ତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା କଥା କିନ୍ତୁ ଧୀରେ ଧୀରେ ତାଙ୍କୁ ଏକଘରକିଆ କରିଦିଆଗଲା I


ଅପରାଜିତା ଙ୍କ କୌଣସି ବି କଥାରେ ସମର୍ଥନ ଦେଲାନି ଦଳ I ସତେ ଯେଭଳି ଅପରାଜିତା ସମ୍ପୂର୍ଣ୍ଣ ଏକ ଘରକିଆ I ଏହାର ଅନେକ ଉଦାହରଣ ରହିଛି ନିକଟରେ ପୁରୀ ରେ ପଦଯାତ୍ରା ଏକ ସଦ୍ୟତମ ଉଦାହରଣ I ଅପରାଜିତା ଙ୍କ ଆହ୍ୱାନ କୁ ବିଜେପି ଏହା ତାଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ କହି କର୍ମୀ ଦୁରେଇ ରହିଲା I ଦଳରେ ବିରୋଧ ଏପଟେ ବିପକ୍ଷ ବି ବିରୋଧ I ମାଡାମ ରାଜଧାନୀ ର ସାଂସଦ କିନ୍ତୁ ରାଜଧାନୀ ଦିବସ ରେ ଖୋଦ ମାଡାମ ଙ୍କୁ ନିମନ୍ତ୍ରଣ କରାଗଲା ନାହିଁ I

ସେହିଭଳି ଆଉ ଜଣେ ଚର୍ଚିତ ନାୟକ ହେଉଛନ୍ତି ବିଜୟ ମହାପାତ୍ର I ଦିନେ ବିଜେଡି ର ସେ ଥିଲେ ହର୍ତ୍ତାକର୍ତ୍ତା ପରେ ପ୍ୟାରୀ ଙ୍କ ଚକ୍ରାନ୍ତ ରେ ଶିକାର ହେଇ ବିଜେପି ରେ ଯୋଗ ଦେଇଥିଲେ I ଆଜିବି ବିଜୟ ଙ୍କ ଲୋକପ୍ରିୟତା ଢେର ବେଶୀ କିନ୍ତୁ ଦଳ ତାଙ୍କୁ ଅବହେଳା କରୁଥିବା ସବୁବେଳେ ଚର୍ଚା ହୁଏ I

ତେବେ ଏବେ ଅପରାଜିତା ଙ୍କୁ ଦଳରେ ସମର୍ଥନ ନ ମିଳିବା ପରେ ଗୋଟିଏ ଚର୍ଚା , ବେନି ଜନେ ସମ ଦଶା I ତେବେ ବିଜେପି ରେ ଯୋଗ ଦେଇ ଭୁଲ କରିଦେଲେ କି ଅପରାଜିତା ଏବଂ ବିଜୟ ?

1 thought on “ବେନି ଜନେ ସମଦଶା -ବିଜେପି ରେ ଯୋଗ ଦେଇ ଭୁଲ ହେଇଗଲା କି ?”

Leave a Comment