ବ୍ରହ୍ମଗିରି ରେ ଲୁଲୁଙ୍କ ଗଡ ସମ୍ଭାଳିବେ ଝିଅ ଉପାସନା

ବ୍ରହ୍ମଗିରି ରାଜନୀତି କୁ ନେଇ ଜୋରଦାର ଚର୍ଚା I ଏଥର ଆଉ ଦାଦା ନୁହେଁ ମଇଦାନ କୁ ସିଧାସଳଖ ଓଲ୍ହାଇବେ ବ୍ରହ୍ମଗିରି ଟାଇଗର ସ୍ବର୍ଗତ ଲୁଲୁ ମହାପାତ୍ର ଙ୍କ ଝିଅ ଉପାସନା I ଆଗାମୀ ନିର୍ବାଚନ ରେ ଏଥର ଉପାସନା ସିଧାସଳଖ ନିର୍ବାଚନ ଲଢ଼ିବେ I ଏନେଇ ବରିଷ୍ଠ ନେତୃତ୍ୱ ମାନଙ୍କ ଭିତରେ ଏକ ବୈଠକ ବସିଛି ଏବଂ ଏଥିରେ ଦାଦା ଲଳିତେନ୍ଦୁ ମଧ୍ୟ ହଁ ଭରିଛନ୍ତି I ପୂର୍ବ ନିର୍ବାଚନ ରେ ମଧ୍ୟ ଉପାସନା ଲଢ଼ିବାର ଥିଲା କିନ୍ତୁ ବୟସ ହୋଇନଥିବାରୁ ସେ ସିଧାସଳଖ ମୈଦାନ କୁ ଓଲ୍ହାଇ ନଥିଲେ I ଦାଦା ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ଏବଂ ବିପୁଳ ଭୋଟ ରେ ବିଜୟୀ ହେଇଥିଲେ ଦାଦା ଲଳିତେନ୍ଦୁ I

ତେବେ ଉପାସନା ଙ୍କ ପ୍ରତି ବ୍ରହ୍ମଗିରି ରେ ପ୍ରବଳ ଲୋକସମର୍ଥନ ରହିଛି ଏବଂ ଲୁଲୁ ଙ୍କ ଝିଅ ଭାବରେ ଅନୁକମ୍ପା ଭୋଟ୍ ରହିଛି । ଯୋଉଁଥିପାଇଁ ଦଳ ଏହାକୁ ଗୁରୁତର ଭାବରେ ନେଇ ଆଗାମୀ ନିର୍ବାଚନ ରେ ଉପାସନା ଙ୍କୁ ପ୍ରାଥୀ କରିବାକୁ ପ୍ରସ୍ତୁତି ହେଉଥିବା ଚର୍ଚା ହେଉଛି I ଏପରିକି ଖୋଦ ଉପାସନା ମଧ୍ୟ ଲୋକଙ୍କ ସହିତ ସବୁବେଳେ ରହିଛନ୍ତି ଏବଂ ଲୋକଙ୍କ ସୁଖଦୁଃଖ ରେ ଉପାସନା ଙ୍କୁ ସବୁବେଳେ ବ୍ରହ୍ମଗିରି ରେ ଦେଖିବାକୁ ମିଳୁଛି I ତେବେ ଆପଣ କଣ ଭାବୁଛନ୍ତି ଉପାସନା ଆଗାମୀ ନିର୍ବାଚନ ରେ ବାଜିମାତ କରିବେ ତ ?

Leave a Comment