ରାଜରାସ୍ତା ରେ ବନ୍ଧା ପଡିଛି ଯାତ୍ରା ‘ପାର୍ବତୀ ଗଣନାଟ୍ୟ’ ।

ରାଜରାସ୍ତା ରେ ବନ୍ଧା ପଡିଛି ଯାତ୍ରା ପାର୍ବତୀ ଗଣନାଟ୍ୟ I ଆଜି ଜାତୀୟ ରାଜପଥ ପିପିଲି ରେ ପାର୍ବତୀ ଗଣନାଟ୍ୟର ୪ଟି ଗାଡ଼ିକୁ ଅଟକ ରଖାଯାଇଛି I ଏନେଇ ଅଟକ ରଖିଥିବା ଏକ କମିଟି ପ୍ରତିକ୍ରିୟା ଦେଇ କହିଛନ୍ତି କି କୋଭିଡି ପୂର୍ବରୁ ପାର୍ବତୀ ଗଣନାଟ୍ୟ ସଂସ୍ଥା ର ମାଲିକ ଦୁଇଟି କମିଟି ଯଥା ଇନ୍ଦିପୁର ମେଳନ କମିଟିର ୪ ଲକ୍ଷ ଟଙ୍କା ଏବଂ ଚିଲିକା ସାନନୈରି ମେଳନ କମିଟିର ୨ଲକ୍ଷ ୩୦ ହଜାର ଟଙ୍କା ଅଗ୍ରିମ ନେଇଥିଲେ ।

ତେବେ କୋଭିଡି ପାଇଁ ଯାତ୍ରା ପରିବେଷଣ ବନ୍ଦ ରହିଥିଲା କିନ୍ତୁ ସମ୍ପୃକ୍ତ ସଂସ୍ଥା ପଇସା ଫେରେଇ ନଥିଲା ବରଂ ପାଲଟା ଧମକ ଦେଇଥିଲା ଏନେଇ ଉଭୟ କମିଟି ଥାନାରେ ଏତଲା ଦେଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ଶେଷରେ ବାଧ୍ୟ ହୋଇ ଆଜି ଉଭୟ କମିଟି ପାର୍ବତୀ ଗଣନାଟ୍ୟ ର ଚାରୋଟି ଗାଡି ଅଟକ ରଖିଛନ୍ତି I ସୂଚନା ଥାଉ କି ଉଭୟ ପାର୍ବତୀ ଏବଂ ରାଜଧାନୀ ଗଣନାଟ୍ୟ ଜଣେ ମାଲିକ ଙ୍କର I

 

Leave a Comment