ବବି ଙ୍କ ଗଡରେ ଅପରାଜିତା , ଭେଟିଲେ ପୂର୍ବତନ ବିଧାୟିକା ଙ୍କୁ

ଏବେ ଅପରାଜିତା ଙ୍କୁ ନେଇ ଜୋରଦାର ଚର୍ଚା ଚାଲିଥିବା ବେଳେ ,ବବି ଙ୍କ ଗଡ ଯାଜପୁର ରେ ଅପରାଜିତା, ଯାହାକୁ ନେଇ ରାଜନୀତି ମହଲ ରେ ଚର୍ଚା ଚାଲିଛି I ଯାଜପୁର ବ୍ୟାସନଗର ମୁଣ୍ଡମାଳ ସ୍ଥିତ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି ଙ୍କ ଘରେ ଅପରାଜିତା ପହଁଚିବା ଏବେ ରୋଚକ ବିଷୟ ପାଲଟିଛି I ଅପରାଜିତା ନିକଟରେ ପୁରୀ ରେ ପଦଯାତ୍ରା କୁ ନିଜ ଦଳରେ ସମର୍ଥନ ମିଳିନଥିଲା , ଏହା ଅପରାଜିତା ଙ୍କ ବ୍ୟକ୍ତିଗତ କାର୍ଯ୍ୟ କହି ଦଳ ଦୁରେଇ ରହିଥିଲା ଏପରିକି ରାଜଧାନୀ ଦିବସ ରେ ରାଜଧାନୀ ର ସାଂସଦ ଙ୍କୁ ନିମନ୍ତ୍ରଣ କରାଯାଇନଥିଲା ତଥାପି ବି ଦଳ କୌଣସି ପ୍ରତିକ୍ରିୟା ରଖିନଥିଲା I

ଏସବୁ ଦେଖିଲେ ଅପରାଜିତା ଯେ ଦଳ ଭିତରେ ସମ୍ପୁର୍ଣ୍ଣ ଏକଘରକିଆ ଏଥିରେ ସନ୍ଦେହ ନାହିଁ I ତେବେ ଅପରାଜିତା ଯାଜପୁର କୋରେଇ ର ପୂର୍ବତନ ବିଧାୟିକା ଙ୍କୁ ଅଚାନକ ସାକ୍ଷାତ କରିବା ସହଜରେ ବୁଝି ହେଉନି ରାଜନୀତିଜ୍ଞ ମାନଙ୍କୁ I ଅବଶ୍ୟ ଏନେଇ ପୂର୍ବତନ ବିଧାୟିକା କହିଛନ୍ତି କି ‘ଆଗକୁ ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକୀ ଥିବାରୁ ଔପଚାରିକ ଦୃଷ୍ଟିରୁ ଅପରାଜିତା ସାକ୍ଷାତ କରିଥିଲେ I

ସୂଚନା ଥାଉ କି ବିଜେପିରୁ ୨୦୦୪ ମସିହାରେ ସଞ୍ଚିତା ମହାନ୍ତି ଜିତିଥିଲେ ଏବଂ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ ସେ ବିଧାୟିକା ଭାବେ କାର୍ଯ୍ୟ କରିଥିଲେ I ସଞ୍ଚିତା ଙ୍କ ସ୍ୱାମୀ ସ୍ବର୍ଗତ ଗୋପୀନାଥ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ସଞ୍ଚିତା ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ପାଇଁ ହୋଇଥିବା ସାଧାରଣ ନିର୍ବାଚନରେ କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାଥୀନି ଭାବେ ୬,୧୦୧ ଖଣ୍ଡ ଭୋଟ ପାଇଥିଲେ ଏବଂ ୨୦୧୪ ମସିହାରେ ୧୫, ୭୬୧ ଖଣ୍ଡ ଭୋଟ ପାଇଥିଲେ I

Leave a Comment