ପତିଆରା ଲଢେଇ ରେ କାହା ସମର୍ଥନ ରେ ମୋଦି ? ଦୋ ଛକିରେ କର୍ମୀ !

ଓଡିଶା ବିଜେପି ରେ କ୍ଷମତା କୁ ନେଇ ଯେଉଁଭଳି ଲଢେଇ ଚାଲିଛି ସେଥିରେ ବିଚାରା କର୍ମୀ ମାନେ କେବଳ ହନ୍ତସନ୍ତ ହେଉଛନ୍ତି I ରାଜନୀତି ପାଣିପାଗ କୁ ବିସ୍ଲେସଣ କଲେ ଖୋଲାଖୋଲି ନହେଲେ ମଧ୍ୟ ଏକ ଅଘୋଷିତ ଯୁଦ୍ଧ ଚାଲିଛି ଓଡିଶା ବିଜେପି ରେ I ଗୋଟେ ପଟେ ଧର୍ମେନ୍ଦ୍ର ଙ୍କ ଟିମ୍ ଏବଂ ଅନ୍ୟପଟେ ଟିମ୍ ଅପରାଜିତା I ଅପରାଜିତା ବିଜେପି ରେ ଯୋଗ ଦେବା ପୂର୍ବରୁ ଓଡିଶା ବିଜେପି ର ମୁଖ୍ୟମନ୍ତ୍ରୀ ଭାବେ ଏକମାତ୍ର ବିକଳ୍ପ ଥିଲେ ଧର୍ମେନ୍ଦ୍ର ପ୍ରଧାନ I କିନ୍ତୁ ଅପରାଜିତା ଯୋଗ ଦେବାପରେ ସ୍ଥିତି ବଦଳିଛି ଲୋକଙ୍କ ମନ ଭିତରେ ସ୍ବେଛାକୃତ ଭାବରେ ଅପରାଜିତା ସ୍ଥାନ ନେଇସାରିଛନ୍ତି I

ତେବେ ଅପରାଜିତା ଯୋଗ ଦେବା ସମୟରେ ବିଜେପି ର ଏକମାତ୍ର ଦାବିଦାର ଥିବା ଧର୍ମେନ୍ଦ୍ର ଭୁବନେଶ୍ୱର କାର୍ଯ୍ୟକ୍ରମ ରେ ମଞ୍ଚ ରେ ବସିବାକୁ ଦେଇନଥିଲେ ଅପରାଜିତା ଙ୍କୁ I କିନ୍ତୁ ପରେ ନଡ୍ଡା ଙ୍କ ଟିମ୍ ରେ ସାମିଲ ହେଇଥିଲେ ଅପରାଜିତା , ଅପରାଜିତା ଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ମିଳିଥିଲା ଗୁରୁ ଦାୟିତ୍ୱ I ନିକଟରେ ପୁରୀ ପ୍ରକଳ୍ପ କୁ ନେଇ ଅପରାଜିତା ତୀବ୍ର ବିରୋଧ କରି ପଦଯାତ୍ରା କରିଥିବା ବେଳେ ଦଳର ତୁଙ୍ଗ ନେତା ମାନେ ଏହାକୁ ଅପରାଜିତା ଙ୍କ ନିଜସ୍ୱ କାର୍ଯ୍ୟକ୍ରମ କହି ଦୁରେଇ ରହିଥିଲେ , ଖୋଦ ପୁରୀ ବିଧାୟକ ମଧ୍ୟ ଅପରାଜିତା ଙ୍କୁ ବିରୋଧ କରିଥିଲେ ,ତେବେ ଏହାର କିଛିଦିନ ପରେ ଅପରାଜିତା ଯାହା କହିଛନ୍ତି ଠିକ କହି ଚର୍ଚା କୁ ଆସିଥିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ I

ଗୋଟେ ପଟେ ଅପରାଜିତା ଦଳରେ ଏକା ବୋଲି ବାର୍ତା ଆସୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଙ୍କ ସମର୍ଥନ ଅପରାଜିତା ପ୍ରତି ଥିବା ଆଲୋଚନା ହେଉଛି I କାହିଁକିନା ଯେଉଁଦିନ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ମାନଙ୍କ ସହିତ ଦିଲ୍ଲୀରେ ପାଇକ ବିଦ୍ରୋହ ସଂକ୍ରାନ୍ତ କାର୍ଯ୍ୟକ୍ରମ କଲେ ସେହି ସମୟରେ ଅପରାଜିତା ପ୍ରଧାନମନ୍ତ୍ରୀ ଙ୍କ ସହିତ ବିଭିର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରୁଥିବାର ଫୋଟୋ ଛାଡିଲେ ସୋସିଆଲ ମିଡିଆରେ I

ଏପଟେ ଦିଲ୍ଲୀ ରୁ ଫେରି ସିଧାସଳଖ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରୁଛନ୍ତି ଅପରାଜିତା , ଦଳୀୟ ସମର୍ଥନ ମିଳୁନଥିଲେ ମଧ୍ୟ ପଛକୁ ଫେରୁନାହାନ୍ତି ଭୁବନେଶ୍ୱର ସାଂସଦ I କେତେବେଳେ ରାୟଗଡା ତ ଆଉ କେତେବେଳେ ଯାଜପୁର ଘନ ଘନ ଗସ୍ତ କରି ସମସ୍ତଙ୍କୁ ଚମକାଇ ଦେଉଛନ୍ତି I ଦଳୀୟ ମହଲ ରେ ଚର୍ଚା ହେଉଛି ବିନା ଦିଲ୍ଲୀ ନିର୍ଦେଶ ରେ କଣ ଅପରାଜିତା ଏଭଳି ପଦକ୍ଷେପ ନେଇପାରନ୍ତେ କି ? ତେଣୁ ହୁଏତ ଅପରାଜିତା ଙ୍କ ପ୍ରତି ଉପରୁ ସମର୍ଥନ ମିଳୁଛି I ତେବେ ଧର୍ମେନ୍ଦ୍ର ଏବଂ ଅପରାଜିତା ଙ୍କ ଶୀତଳ ଯୁଦ୍ଧ ରେ ବିଜେପି କର୍ମୀ କାହା ସମର୍ଥନ ରେ ବାହାରିବେ ତାହା କେବଳ ଦେଖିବାର କଥା I

Leave a Comment