କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା ,ଓଡିଶା କଂଗ୍ରେସ ପିସିସି ସଭାପତି ମଙ୍ଗ ଧରିବେ କି ତାରା ବାହିନୀ ପତି !

ଓଡିଶା କଂଗ୍ରେସ ବିଧାୟକଙ୍କୁ ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ହାଇକମାଣ୍ଡ ଙ୍କ ନିର୍ଦ୍ଦେଶ ଆସିଛି ଏନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ ସୂଚନା ଦେଇଥିବା ବେଳେ ଦିଲ୍ଲୀ ଡାକରା କୁ ନେଇ ସବୁବେଳେ ଚର୍ଚା I କାହିଁକିନା କିଛିଦିନ ତଳେ ରାଜ୍ୟରେ କଂଗ୍ରେସର ସ୍ଥିତି ଓ ପିସିସି ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସିଥିଲେ । ଏବଂ ଦୁଇଦିନିଆ ଗସ୍ତ ରେ ସବୁ ବିଧାୟକ ଙ୍କ ମତାମତ ନେବା ସହିତ ଅନେକ ବରିଷ୍ଠ ନେତା ଙ୍କୁ ସାକ୍ଷାତ କରି ପରାମର୍ଶ ନେଇଥିଲେ I

ତେବେ ଚେଲା କୁମାର ଙ୍କ ଗସ୍ତ ପରେ ପରେ ଜୟପୁର ବିଧାୟକ ଭାଲୁ ଭାଇନା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇ ଦେଇଥିଲେ ,ଯାହାକୁ ନେଇ ରାଜନୀତି ପାଣିପାଗ ସରଗରମ I ଗୋଟାଇପଟେ ପିସିସି ମୁଖିଆ ପରିବର୍ତନ ନାରା ହେଉଥିବା ବେଳେ ତାରା ବାହିନୀ ଙ୍କୁ ପିସିସି ସଭାପତି କରିବାକୁ ଅନେକ ପରାମର୍ଶ ଦେଇଥିଲେ ଚେଲା କୁମାର ଙ୍କୁ I ତାରା ବି ନିଜେ କହିଥିଲେ ପଦ ମିଳିଲେ ଛାଡ଼ିବେନି କି ମାଗିବାକୁ ଯିବିନି। ଏପଟେ ଦିଲ୍ଲୀ ରୁ ଡାକରା ସେପଟେ ତାରା ଙ୍କ ସଚେତକ ପଦ ରୁ ଇସ୍ତଫା ଦେବା ଘଟଣା ପିସିସି ସଭାପତି ତାରା ହେବେ ବୋଲି ଏକରକମ ଚର୍ଚା କୁ ଜୋର ଧରିଛି I

ପ୍ରାୟତ କଂଗ୍ରେସ ର ବରିଷ୍ଠ ନେତା ଙ୍କ ଠାରୁ ବିଧାୟକ ମାନଙ୍କ ଗୋଟିଏ କଥା ତାରା ବାହିନୀ ହିଁ ଏକମାତ୍ର ଯୋଗ୍ୟ କଂଗ୍ରେସ ପିସିସି ସଭାପତି ପଦ ପାଇଁ ,ତାଙ୍କ ଫର୍ମୁଲା ରେ ହିଁ ଦଳ ବିଜୟୀ ହେଇପାରିବ କାହିଁକିନା କୋରାପୁଟ ରେ ବିଜେପି ର ତୁଙ୍ଗ ନେତା ଏବଂ ବିଜେଡି ମାଷ୍ଟର ମାଇଣ୍ଡ ବବି ଦାସ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ହାୱା କାମ ଦେଲାନି I ସାରା ଓଡ଼ିଶାରେ କଂଗ୍ରେସ ପୁରା ବୁଡି ସାରିଥିବା ବେଳେ ଏକମାତ୍ର ଗୋଟିଏ ଜିଲ୍ଲା କୋରାପୁଟ ରେ ଇଜ୍ଜତ ବଞ୍ଚାଇଥିଲେ ଭାଲୁ ଭାଇନା I ତେଣୁ ଦଳ ଭାଲୁ ଙ୍କ ପ୍ଲାନ ରେ ହୁଏତ ଆଗକୁ ଚାଲିପାରେ I ତେବେ ଆପଣଙ୍କ ମତରେ ଭାଲୁ ଭାଇନା କଂଗ୍ରେସ କୁ ଜିତାଇପାରିବେ ତ ଯଦି ପିସିସି ସଭାପତି ହୁଅନ୍ତି ?

Leave a Comment