ବ୍ରଜରାଜନଗର ଉପ ନିର୍ବାଚନ ରେ ପ୍ରାର୍ଥୀ ହେବେ ଅପରାଜିତାଙ୍କ ଖାସ ସୁଜିତ ! ପ୍ରଚାର ମଙ୍ଗ ଧରିବେ ଅପରାଜିତା !

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାପରେ ଏବେ ଜୋରଦାର ଚର୍ଚା I ବିଜେଡି ରୁ କିଏ ହେବେ ପ୍ରାଥୀ ସେନେଇ ଦଳୀୟ ବିଚାର ଚାଲିଥିବା ବେଳେ ବିଜେପି ପ୍ରାଥୀ ଙ୍କୁ ନେଇ ରାଜନୀତି ସରଗରମ I ବିଜେପି ରୁ ପ୍ରାଥୀ ଙ୍କ ନାମ ଚର୍ଚା ହେଉଥିବା ବେଳେ ଆଗୁଆ ଅଛନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଏବଂ ସୁଜିତ ସିଂ।

ତେବେ ସୁଜିତ ଙ୍କ ଉପର ମହଲ ସହିତ ଭାରି ଭଲ ସମ୍ପର୍କ ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ ଙ୍କ ଠାରୁ ବୈଜୟନ୍ତ ଏପରିକି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସମସ୍ତଙ୍କ ସହିତ ସୁଜିତ ଙ୍କ ସମ୍ପର୍କ ଭାରି ବଢିଆ I ସୁଜିତ ହେଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଅତି ଖାସ ଲୋକ I ବର୍ତମାନ ସ୍ତିତି ରେ ଅପରାଜିତା ଯେଉଁଭଳି ଏକ ଘରକିଆ ହୋଇ ରହିଛନ୍ତି ଏବଂ ଧର୍ମେନ୍ଦ୍ର ଅପରାଜିତା ଗୋଷ୍ଠୀ ଟକ୍କରା ଟକ୍କରି ଚାଲିଛି ସେ ଭିତରେ ଯେ ସୁଜିତ ଙ୍କୁ ଟିକେଟ ମିଳିବ ଏନେଇ ଅନେକ ଶଙ୍କା ପ୍ରକାଶ କରିଛନ୍ତି ,

କାହିଁକିନା ଯଦି ସୁଜିତ ଟିକେଟ ପାଆନ୍ତି ତେବେ ଅପରାଜିତା ଙ୍କ ପତିଆରା ବୃଦ୍ଧି ପାଇବ ଯାହାକି ଦଳର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପାଇଁ ବିପଦ ସୃଷ୍ଟି କରିବ I ତେବେ ଦେଖାଯାଉ କିଏ ହେଉଛନ୍ତି ବିଜେପି ତରଫରୁ ପ୍ରାଥୀ I

Leave a Comment