ଗୋମାତା ର ଅପୂର୍ବ ସ୍ନେହ : ମା ସମସ୍ତଙ୍କ ପାଇଁ ମା

ଫଟୋ ରେ ଏକ ଚିତା ବାଘ ଗାଈ କୋଳ ରେ ସୋଇଥିବା ର ଦେଖି ହୁଏତ ଆପଣକୁ ଅଜବ ଲାଗିଥିବ, ହେଲେ ଘଟଣା ଟି ସମ୍ପୂର୍ଣ ସତ।

ଏହି ଖବର ପ୍ରମୁଖ ପତ୍ରିକା ଟାଇମ୍ସ ଅଫ ଇଣ୍ଡିଆ ରେ ମଧ୍ୟ ପ୍ରକାଶ ପାଇଛି। ତେବେ ମିଳିଥିବା ସୂଚନା ମୁତାବକ ଏହା ଗୁଜୁରାଟ ର ଭାଦୋଦରା ର ଅନ୍ତୋଲି ଗ୍ରାମ ର।

ଏହି ଗ୍ରାମ ରେ ଗୋଶାଳା ମାଲିକ କୁ ବାଘ ଦେଖିଥିବା ର କିଛି ଲୋକ କହିବାରୁ ସେ ଡ଼ରି ଯାଇଥିଲା ଏବଂ ନିଜ ଗୋଶାଳା ରେ ଏକ ସି ସି ଟିଭି କ୍ୟାମେରା ଲଗାଇଥିଲା।

ତେବେ କ୍ୟାମେରାରେ ଯାହା ଦେଖିଲା ସେଥିରେ ଆଖିକୁ ବିଶ୍ୱାସ ହେଲାନି। କ୍ୟାମେରା ରେ ଦେଖିବାକୁ ମିଳିଲା ଯେ ପ୍ରତିଦିନ ଏକ ବାଘ ଛୁଆ ଆସି ଗାଈ ପାଖରେ ଶୋଉଚି, ତା ଠୁଁ କ୍ଷୀର ପିଉଛି ଏବଂ ସକାଳୁ ଚାଲି ଯାଉଚି।

ତେବେ ଏ ନେଇ ଲୋକ ମାନଙ୍କ କହିବା ହିସାବ ରେ ଛୋଟ ବାଘ ଛୁଆ ର ମା କିଛି ଦିନ ଆଗରୁ ଜଙ୍ଗଲ ରେ କୌଣସି କାରଣ ରୁ ମରି ଯାଇଛି ଏବଂ କୌଣସି ପ୍ରକାର ରେ ଏ ଗାଈ କୁ ବାଘ ଛୁଆ ନିଜ ମା ବୋଲି ଭାବି ଦେଇଛି ଏବଂ ପ୍ରତିଦିନ ଆସି ନିଜ ମା ପାଖରେ ଶୋଉଚି।

 

Leave a Comment