ଓଡିଶା ବିଦ୍ୟୁତ ବିଭାଗ ରେ କ୍ଷତି କମାଇଛି ଟାଟା ପାୱାର ଆଗାମୀ ଦିନରେ କମିବ ବିଦ୍ୟୁତ୍‍ ଦର : ବାଚସ୍ପତି

Odisha Exclusive ବ୍ୟୁରୋ : ୭/୫/୨୨ : ବିଧାନସଭା ବିଦ୍ୟୁତ୍‌ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଙ୍କ ଅଧ୍ୟକ୍ଷତା ଗ୍ରାମାଞ୍ଚଳ ବିଦ୍ୟୁତ୍‌ ସମସ୍ୟା ସୁଧାର ଉପରେ ଆଲୋଚନା ହେଇଥିଲା I I ଏନେଇ ବାଚସ୍ପତି ଶ୍ରୀଯୁକ୍ତ ପାତ୍ର ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି କି ବିଦ୍ୟୁତ୍‌ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ ରାଜ୍ୟବାସୀ ନିରବଚ୍ଛିନ୍ନ ବିଦ୍ୟୁତ୍‌ସେବା ପାଇବା ତାଙ୍କର ନ୍ୟାଯ୍ୟ ଅଧିକାର । ବିଗତ ଦିନଗୁଡିକରେ ଶକ୍ତି ବିଭାଗ କ୍ଷତି କରୁଥିଲା, ହେଲେ ଏ ବର୍ଷ ଦକ୍ଷିଣ ଓଡ଼ିଶା ସମେତ ସବୁ ଅଞ୍ଚଳରେ ଟାଟା ପାୱାର କ୍ଷତି କମାଇ ଲାଭ ହୋଇଛି । ତେଣୁ ଆଗାମୀ 3/4 ବର୍ଷ ଭିତରେ ବିଦ୍ୟୁତ୍‌ ଦେୟ ନିଶ୍ଚିତ କମିବ ଏବଂ ରାଜ୍ୟବାସୀ ଉପକୃତ ହେବେ I

ମିଳିଥିବା ସୁଚନା ଅନୁଯାୟୀ ଶକ୍ତି ଉତ୍ପାଦନ, ବଣ୍ଟନ, ଉନ୍ନତିକରଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ପୂର୍ବବତ୍‌ ୪ଟି ସବ୍‌କମିଟି ତୁରନ୍ତ ଗଠନ କରାଯିବ ବୋଲି ସୂଚନା ଦିଆଯାଇଥିବା ବେଳେ ବାରମ୍ବାର ବିଜୁଳି କାଟ, ଲୋ-ଭୋଲ୍‌ଟେଜ୍‌, ଗ୍ରାମାଞ୍ଚଳରେ ଟ୍ରାନ୍ସଫର୍ମର ସ୍ଥାପନା ଓ ବିଜୁଳିବତି ସମସ୍ୟା ଉପରେ ସଦସ୍ୟମାନେ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ ।

ରାଜ୍ୟବାସୀଙ୍କ ସହଯୋଗ ଫଳରେ ବିଦ୍ୟୁତ୍‍ ବିଭାଗ କ୍ଷତିରୁ ଲାଭକୁ ଆସିପାରିଛି ଏବଂ ବିଦ୍ୟୁତ୍‍ ଓ ଶକ୍ତି କ୍ଷେତ୍ରରେ ଆଖିଦୃଶିଆ ସ୍ଥିରତା ଆସିଛି, ଦୁର୍ଘଟଣା କମିଛି, କର୍ମନିଯୁକ୍ତି ବଢ଼ିଛି, ଏହାର ପ୍ରଶଂସା କରାଯିବା ଉଚିତ । ଏହା ଦ୍ୱାରା କର୍ମଚାରୀ ଏବଂ ସଂସ୍ଥାର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ବୋଲି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ର ଉଲ୍ଲେଖ କରିଛନ୍ତି ।

ପ୍ରାପ୍ତ ତଥ୍ୟ ଅନୁଯାୟୀ ବିଦ୍ୟୁତ୍‍ ଓ ଆନୁଷଙ୍ଗିକ ଦେୟ ବାବଦରେ ୨୦୨୦/୨୧ ଆର୍ଥିକ ବର୍ଷରେ ୩୧୫୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଥିଲାବେଳେ ୩୯୩୯.୦୮ କୋଟି ଟଙ୍କା ଆଦାୟ ହୋଇଥିଲା । ୨୦୨୧/୨୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୩୩୦୦ କୋଟି ଟଙ୍କା ଥିଲା ଏବଂ ୩୭୧୬.୯୯ କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ୨୦୨୨/୨୩ ବର୍ଷ ପାଇଁ ୩୦୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୨୦୨୧/୨୨ ଆର୍ଥିକ ବର୍ଷରେ ବିଦ୍ୟୁତ୍‍ ସଂଯୋଗୀକରଣ ଓ ଆନୁଷଙ୍ଗିକ ବାବଦରେ ୫୫,୮୩୫ଟି ନୁତନ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ ଆସିଥିଲାବେଳେ ୪୩୮୦୩ଟି ବିଦ୍ୟୁତ ସଞ୍ଜୋଗ କରାଯାଇଛି ଏବଂ ୩୦୨୯ଟି ଆବେଦନ ନାକଚ ସହିତ ୯୦୦୩ଟି ଆବେଦନ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି I

ବିଧାନସଭା ବିଦ୍ୟୁତ୍‌ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଉପବାଚସ୍ପତି ରଜନୀକାନ୍ତ ସିଂହ, ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ନରସିଂହ ମିଶ୍ର ,ବରିଷ୍ଠ ବିଧାୟକ ଅନନ୍ତ ଦାସ, ଶ୍ରୀକାନ୍ତ ସାହୁ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଟିପିସିଓଡ଼ିଏଲ ଟିପିନେଓଡ଼ିଏଲ ଟିପସେଓଡ଼ିଏଲ ଟିପିଡ଼ବ୍ଲୁଓଡ଼ିଏଲ କର୍ତ୍ତୃପକ୍ଷ, ଓଇଆର୍‌ସି, ଓପିଜିସି, ଓଏଚ୍‌ପିସି, ଓପିଟିସିଏଲ୍‌ ଏବଂ ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର ରୁ ସ୍ୱତନ୍ତ୍ର ଉପସ୍ଥାପନା ଲକି ,Odisha Exclusive

Leave a Comment