ଏଥରକ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ନେତା ଡାନି ଏବଂ ରୁଦ୍ର ?

ମେ’ ୨୯ ତାରିଖ ନବୀନ ସରକାରଙ୍କ ପଂଚମ ପାଳିର ତୃତୀୟ ବର୍ଷ ପୂରଣ ହେବାକୁ ଯାଉଛି I ଚର୍ଚା ହେଉଛି ଏହି ଅବସର ରେ ହୁଏତ ନୂଆ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ I ତେବେ କିଏ ପାଇବେ ନୁଆ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ଏବଂ କିଏ ବାହାରିବେ ତାହାକୁ ନେଇ ରାଜନୀତି ପାଣିପାଗ ଚଳଚଞ୍ଚଳ I ଏପଟେ ୨୦୧୯ ମେ’ରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ନିର୍ବାଚନୀ ଇସ୍ତାହାରକୁ କେଉଁ ମନ୍ତ୍ରୀ କେତେ କାର୍ଯ୍ୟରେ ଲଗାଇଛନ୍ତି ସେନେଇ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିଛନ୍ତି I

ତେବେ ୟା ମଧ୍ୟରେ ହ୍ଵାଟ୍ସଅପ ରେ ମୋବାଇଲ କୁ ମୋବାଇଲ ଭାଇରଲ ହେଉଛି ଏକ ମେସେଜ ଯେଉଁଥିରେ କି ନୁତନ ମନ୍ତ୍ରୀମଣ୍ଡଳ ନାମ ଉଲ୍ଲେଖ ରହିଛି ,ଭାଇରଲ ଚର୍ଚା ଅନୁଯାୟୀ ଷ୍ଟିଲ ଏବଂ ମାଇନ୍ସ ,ଶିଳ୍ପ ମନ୍ତ୍ରୀ ପାଇଁ ପ୍ରିତିରଞ୍ଜନ ଘଡ଼ାଇ ଓରଫ ଡାନି ଏବଂ ଟୁରିଜମ ଏବଂ କଲଚର ରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ନାମ ରହିଛି କିନ୍ତୁ ଖବର ନେବାରେ ଜଣାପଡିଛି କି ଏହା ସମ୍ପୁର୍ଣ୍ଣ ମିଥ୍ୟା ଏବଂ ଏଭଳି କୌଣସି ପରିବର୍ତନ ହୋଇନାହିଁ I ହୁଏତ ଏନେଇ ସମ୍ଭାବନା ଥିବାର ମଧ୍ୟ ଏଡାଇ ଦିଆ ନଯାଇପାରେ I ଅବଶ୍ୟ ଏବେ ଡାନି ଘଡ଼ାଇ ଏବଂ ବାପାଙ୍କ ପରେ ପିପିଲି ଗଡ ସମ୍ଭାଳିଥିବା ଜୁନିଅର ମହାରଥୀ ରୁଦ୍ର ବେସ ଚର୍ଚ୍ଚା ରେ ଅଛନ୍ତି I ତେବେ ଆପଣ କଣ ଚାଁହୁଛନ୍ତି ଉଭୟ ମନ୍ତ୍ରୀ ପାଇଁ ଯୋଗ୍ୟ କି ନାହିଁ କମେଣ୍ଟ ରେ ଜଣାଇବେ

Leave a Comment