ହାରିଥିବା ରାଧାରାଣୀ ଙ୍କୁ ମିଳିଲା ଟିକେଟ , ଅପରାଜିତା ଙ୍କ ଖାସ ସୁଜିତ ଙ୍କ କଟିଲା ଟିକେଟ ,ପଢନ୍ତୁ କଣ କହିଲେ ଅପରାଜିତା

ବ୍ରଜରାଜନଗର ରେ କିଏ ହେବେ ବିଜେପି ପ୍ରାଥୀ ତାକୁ ନେଇ ଉଠୁଥିଲା ପଡୁଥିଲା ରାଜନୈତିକ ପାଣିପାଗ I କାହାକୁ ମିଳିବ ଟିକେଟ ତାକୁ ନେଇ ଜୋରଦାର ଚର୍ଚା ହେଉଥିଲା I ଏଥର ଚର୍ଚା ରେ ଥିଲେ ସୁଜିତ ସିଂ I ସୁଜିତ ଙ୍କ ଉପର ମହଲ ଠାରୁ ଦଳୀୟ କର୍ମୀ ଙ୍କ ମଧ୍ୟରେ ଭାରି ଭଲ ସମ୍ପର୍କ ,ସେଥିପାଇଁ ସୁଜିତ ଙ୍କ ନାମ ଚର୍ଚା ହେଉଥିଲା ତେବେ ସୁଜିତ ଙ୍କ ଗୋଟିଏ ସମସ୍ୟା ଥିଲା ସେ ଭୁବନେଶ୍ୱର ସାଂସଦ ଅପରାଜିତା ଙ୍କ ଅତ୍ୟନ୍ତ ଖାସ I

ଏବେ ଅପରାଜିତା ଏବଂ ଧର୍ମେନ୍ଦ୍ର ଙ୍କ ମଧ୍ୟରେ ଯେଉଁଭଳି ଖୋଲାଖୋଲି ଅଘୋଷିତ ଯୁଦ୍ଧ ଚାଲିଛି ହୁଏତ ସେଥିରେ ଅପରାଜିତା ଙ୍କ ଖାସ ସୁଜିତ ଙ୍କୁ ଟିକେଟ ମିଳିନପାରେ ବୋଲି ଅନେକ ଆଶଙ୍କା କରୁଥିଲେ ତେବେ ଏ ଆଶଙ୍କା ସତ ହେଇଛି I ସବୁଠୁ ଚର୍ଚାରେ ସୁଜିତ ଥିଲେ ବି ତାଙ୍କ ନାମ କଟାଯାଇ ରାଧାରାଣୀ ଙ୍କ ନାମ ଘୋଷଣା କରିଛି ବିଜେପି I

ସୂଚନା ଥାଉ କି ରାଧାରାଣୀ ପଣ୍ଡା ବ୍ରଜରାଜନଗର ଆସନରୁ ବିଜେପି ଟିକେଟ୍‌ରେ ୨୦୧୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ସେ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଠାରୁ ହାରି ଯାଇଥିଲେ। ତେବେ ବ୍ରଜରାଜନଗର ଉପନିର୍ବାଚନ ରେ ଅପରାଜିତା ପ୍ରଚାର କରିବେ କି ନାହିଁ ନେଇ ଗଣମାଧ୍ୟମ ପ୍ରଶ୍ନ ରେ କହିଛନ୍ତି କି ଦଳ ସୁଯୋଗ ଦେଲେ ନିହାତି ଯିବି I ଆମ ସମସ୍ତଙ୍କର ଦାୟିତ୍ୱ ଯିଏ ବି ପ୍ରାଥୀ ହେଉ ସମସ୍ତେ ମିଶି ତାଙ୍କୁ ଜିତାଇବା I

Leave a Comment