ୱାର୍ଡ ମେମ୍ବର ଙ୍କ ବୃଦ୍ଧ ବୟସରେ ରଙ୍ଗ୍ ନମ୍ବର ରୁ ପ୍ରେମ, ଅଧ ରାତିରେ ପହଞ୍ଚି ପ୍ରେମ ନିବେଦନ କରି ହନ୍ତସନ୍ତ

ବୟସ ଅପରାହ୍ନ ରେ ପହଞ୍ଚିଲାଣି ତଥାପି ମନରୁ ପରକୀୟା ପ୍ରୀତି ମନରୁ ବାହାରିପାରୁନି , ବୃଦ୍ଧ ବୟସ ରେ ବି ଖରାପ କାମ କରିବାକୁ ଟିକେ ବି ସଙ୍କୋଚ ଲାଗୁନି I ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ସିଂଗଲା ଥାନା ଅନ୍ତର୍ଗତ ଅସ୍ତି ଗ୍ରାମରେ I ଏହି ଗ୍ରାମର ଜଣେ ବିବାହିତ ମହିଳା ଙ୍କୁ ରବୀନ୍ଦ୍ର ଦାସ ନାମକ ଜଣେ ବୃଦ୍ଧ ରଙ୍ଗ୍ ନମ୍ବର ରେ କଲ କରି ବାରମ୍ବାର ପ୍ରେମ ନିବେଦନ କରୁଥିଲେ , ଏନେଇ ମହିଳା ଜଣଙ୍କ ନିଜ ସ୍ୱାମୀ ଙ୍କୁ ଜଣାଇଥିଲେ ତେବେ ଘଟଣା ଏମିତି ଘଟିଲା ଯେ ବୃଦ୍ଧ ଜଣଙ୍କ ଶେଷରେ ଖବର ନେଇ ସାଇକେଲ ରେ ଦେଖା କରିବାକୁ ଅଧ ରାତିରେ ଧାଇଁ ଆସିଥିଲେ ପ୍ରେମିକ ପ୍ରବର ,ଆଉ ଯୋଜନା ମୁତାବକ ମହିଳା ଙ୍କ ସ୍ୱାମୀ ଜଣଙ୍କ ରସିକିଆ ପ୍ରେମିକ କୁ ଧରି ବହେ ଉତ୍ତମ ମଧ୍ୟମ ଦେଇଥିଲେ I

ବୃଦ୍ଧ ରବୀନ୍ଦ୍ର ଦାସ ନିଜକୁ ୱାର୍ଡ ମେମ୍ବର ବୋଲି ପରିଚୟ ଦେଇଥିବାର ଜଣାପଡିଛି I ସୂଚନା ଅନୁଯାୟୀ ବୃଦ୍ଧ ଜଣଙ୍କ ବିବାହିତ ଏବଂ ତାଙ୍କର ଦୁଇଟି ସ୍ତ୍ରୀ 3ଟି ସନ୍ତାନ ରହିଛନ୍ତି I ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି I

Leave a Comment