ସୋସିଆଲ ମିଡିଆରେ ଆରମ୍ଭ ହେଲା ପ୍ରଚାର ,ଅପରାଜିତା ଙ୍କୁ ଟକ୍କର ଦେବାକୁ ରାଜନୀତି କୁ ଆସିବେ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା !

କିଛିଦିନ ଧରି ପାୱାର କରିଡର ରେ ହେଉଥିବା ଚର୍ଚା ରେ ଏବେ ଆଉ ଏକ ପାଦ ଆଗକୁ ଚର୍ଚା ଯୋଗାଇଛି ସୋସିଆଲ ମିଡ଼ିଆର ଏକ ଗୃପ I ସାଧାରଣତଃ ରାଜନେତା ମାନଙ୍କର ଫ୍ୟାନ କ୍ଲବ ଗଢ଼ାହୁଏ ,କିନ୍ତୁ ଏବେ ଏବେ ବିଜେଡି ର କିଏ ହେବେ ଉତ୍ତରଦାୟାଦ ଚର୍ଚା ହେଉଥିବା ମିଶନ ଶକ୍ତି ନିର୍ଦେଶିକା ସୁଜାତା ପାଣ୍ଡିଆନ ଙ୍କ ନାମରେ ଫେସ୍ବୁକ ରେ ଏକ ଗ୍ରୁପ ସୁଜାତା ପାଣ୍ଡିଆନ ଫ୍ୟାନ କ୍ଲବ ନାମରେ ଆରମ୍ଭ ହେଇଛି ଏବଂ ଜୋରଦାର ପ୍ରଚାର ପ୍ରସାର ମଧ୍ୟ ଚାଲିଛି

ଜଣେ ପ୍ରଶାସିକା ଙ୍କ ନାମରେ ଏଭଳି ଫ୍ୟାନ କ୍ଲବ ତିଆରି ହୁଏତ ତାଙ୍କ ଜାଣତରେ ହୋଇଥିବ ନିହାତି ନଚେତ ଏତେବଡ ଦୁଃସାହସ କରିବାକୁ କିଏ ବା ସାହସ କରିବ ? ତେବେ ସବୁଠୁ ବଡ କଥା ହେଉଛି ବିଜୁ ଜନତା ଦଳ ନାମରେ ଏକ ଆଇଡି ରୁ ଏଥିରେ ପୋଷ୍ଟ କରାଯାଉଛି ଏବଂ ସୁଜାତା ଙ୍କୁ ନେକ୍ସଟ ମୁଖ୍ୟମନ୍ତ୍ରୀ ଭାବେ କୁହାଯାଉଛି ,କେବଳ ଏତିକି ନୁହେଁ ଭୁବନେଶ୍ୱର ସାଂସଦ ଅପରାଜିତା ଙ୍କ ସହିତ ମଧ୍ୟ ତୁଳନା କରି କିଏ ଅଧିକ ଲୋକପ୍ରିୟ ବୋଲି ପୋଷ୍ଟ କରାଯାଉଛି

ଏସବୁ ମଧ୍ୟରେ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ,ହୁଏତ ଯାହା ଚର୍ଚା ହେଉଛି ସତ ହେଇପାରେ ଏବଂ ରାଜନୀତି କୁ ଆସିପାରନ୍ତି 70 ଲକ୍ଷ ମହିଳା ସଶକ୍ତିକରଣ ର ଡୋରି ଧରିଥିବା କେନ୍ଦ୍ରାପଡା ର ଓଡ଼ିଆ ଝିଅ ସୁଜାତା I ଆପଣଙ୍କ ମତାମତ Comment ଜରିଆ ରେ ଲେଖିବାକୁ ଭୁଲିବେନି

Leave a Comment