ବାପା ପଠେଇଥିଲା କଲେଜ ନଲେଜ ବଢିବାକୁ ଝିଅ ପ୍ରେମିକ ସହିତ ହୋଟେଲ କୁ ଯାଇଥିଲା ପ୍ରେମ ପାଠ ପଢିବାକୁ

ହଁ ବାପା ମୁଁ କଲେଜ ରେ ପହଞ୍ଚିଗଲି ତୁମେ ବ୍ୟସ୍ତ ହୁଅନି , ଏ ଥିଲା ଝିଅ ର ଶେଷ କଥା ବାସ ତା ଘଣ୍ଟାକ ପରେ ଆସିଲା ଖବର ଝିଅ ଆଉ ନାହିଁ ,ଏମିତି କଥା କୋଉ ବାପା ସହ୍ୟ କରି ପାରିବ କହିଲେ , କିନ୍ତୁ ଘଟଣା ପଛରେ ଯେଉଁ କାହାଣୀ ଆପଣ ଶୁଣିଲେ ବି ମୁଣ୍ଡରେ ହାତ ଦେଇଦେବେ I ପ୍ରେମିକ ସହିତ ହୋଟେଲ ଯାଇଥିବା ଝିଅ ପ୍ରଥମ ଶାରୀରିକ ସମ୍ପର୍କ ରେ ହିଁ ନିଜ ଜୀବନ ହରେଇ ଦେଇଛି ,ଘଟଣା ଟି ବରଗଡ଼ ଅଞ୍ଚଳ ର I

ସୂଚନା ଅନୁଯାୟୀ ବରଗଡ଼ ରେଳ ଷ୍ଟେଶନ ନିକଟ ବିଜୟ ନାମକ ଏକ ହୋଟେଲରେ ସୋମବାର ଜଣେ ନାବାଳିକା(୧୭)ଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ନାବାଳିକା ଙ୍କ ଘର ବରଗଡ଼ ଜିଲା ଗାଇସିଲେଟ ଥାନା ଭେଲୁଆପଦର ଗ୍ରାମର I ମୃତା ନାବାଳିକା ଜଣକ ବରଗଡ଼ ସହରର ଏକ କଲେଜର ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀ ଏବଂ ସେ ଘଟଣା ଦିନ ଏକ ବସ୍‌ ଯୋଗେ ବରଗଡ଼ ଆସିଥିଲେ ଏବଂ କଲେଜ ରେ ପହଞ୍ଚି ଥିବା କଥା ନିଜ ବାପା ଙ୍କୁ କଲ କରି କହିଥିଲେ କିନ୍ତୁ ନିଜ ପ୍ରେମିକ ସହିତ ଚାଲିଯାଇଥିଲେ ହୋଟେଲ ବିଜୟ କୁ I

ଆଉ ନିଜ ପ୍ରେମିକ ରାହୁଲ ବାଗ ସହିତ ପ୍ରଥମ ଶାରୀରିକ ସମ୍ପର୍କ ବେଳେ ଅଚେତ ହୋଇଯାଇଥିଲେ ନାବାଳିକା ଏବଂ ପରେ ପ୍ରେମିକ ଜଣଙ୍କ ତାଙ୍କୁ ବରଗଡ଼ ପୁରୁଣା ହସ୍ପିଟାଲ କୁ ନେଇଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଏପଟେ ବାପା ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଝିଅ କୁ ହତ୍ୟା କରାଯାଇଛି ,ଘଟଣାର ତଦନ୍ତ ଜାରି ରହିଛି I

Leave a Comment