ରାହୁଲଙ୍କ ପାଇଁ ବାହାରିଲେ ଅନୁଭବ କହିଲେ ବର୍ଷାଙ୍କ ପରିବାର ନିର୍ଯାତନା ସହି ନପାରି ରାହୁଲ ଆତ୍ମହତ୍ୟା କରିଛନ୍ତି

ରାଉରକେଲାର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ ଆତ୍ମହତ୍ୟା ରେ ଟ୍ୱିଟ କରି ନ୍ୟାୟ ମାଗିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି I ଏନେଇ ସେ ଏକ ଟ୍ୱିଟ କରି କହିଛନ୍ତି ଯେ ‘ଏହା ଏକ ହୃୟୟ ବିଦାରକ ଘଟଣା ,ରାହୁଲ ଙ୍କ ପତ୍ନୀ ବର୍ଷା ଙ୍କ ପରିବାର ଏବଂ ତାଙ୍କ ଶାଶୁ ଶଶୁର ବାରମ୍ବାର ରାହୁଲ ଙ୍କୁ ମିଥ୍ୟା ଯୌତୁକ ନିର୍ଯାତନା ଦେଉଥିବାର କହି ଥାନାରେ ଏତଲା ଦେଇଥିଲେ ଫଳରେ ମିଥ୍ୟା ଯୌତୁକ ନିର୍ଯାତନା ରେ ଅତିଷ୍ଠ ହେଇ ରାହୁଲ ଆତ୍ମହତ୍ୟା କରିଥିଲେ I

ରାହୁଲ ଙ୍କ ଆତ୍ମା ର ଶାନ୍ତି ନିମନ୍ତେ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁଭବ ରାଉରକେଲା ଏସପି,ଙ୍କୁ ଅନୁରୋଧ କରିବା ସହିତ ,ଓଡିଶା ମୁଖ୍ୟମନ୍ତ୍ରୀ, ଓଡିଶା ଡିଜିପି, ଝାଡଖଣ୍ଡ ପୋଲିସ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ,ମଧ୍ୟ ଟ୍ୟାଗ କରିଛନ୍ତି।

ସୂଚନା ଥାଉ କି ରାଉରକେଲାର ରାହୁଲ ଅଗ୍ରୱାଲ, ଝାଡଖଣ୍ଡ ଜାମସେଦପୁରର ବର୍ଷାଙ୍କୁ ବିବାହ କରିଥିଲେ। ତେବେ ବର୍ଷା ଙ୍କ ପରିବାର ଲୋକେ ରାହୁଲ ଙ୍କ ନାମରେ ମିଥ୍ୟା ଯୌତୁକ ମାମଲା ଦାଏର କରିଥିଲେ , ରାହୁଲଙ୍କ ମାତା ପିତା ବାରମ୍ବାର ଜାମସେଦପୁର କୋର୍ଟକୁ ଧାଉଁଛନ୍ତି। ଜାମସଦପୁର ପୋଲିସ ଏହି ମାମଲାରେ ସହାୟତା କରୁନାହିଁ। ତେଣୁ ନିଜ ବାପା ମା ଙ୍କୁ ନ୍ୟାୟ ଦେବାକୁ ଯାଇ ଶେଷରେ ରାହୁଲ ଆତ୍ମହତ୍ୟା କରିଦେଇଛନ୍ତି I

Leave a Comment