ମୁଁ କୌଣସି ଦଳର ନୁହେଁ: ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ, ଫେରିବେ କି ବିଜେଡି କୁ ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଇନଗତ ବିବାଦ ସୃଷ୍ଟି ହେବାପରେ ଏବେ ସବୁଠୁ ଚର୍ଚାରେ ଅଛନ୍ତି ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ I ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସେ କେତେବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି ତ କେତେବେଳେ ସମର୍ଥନ କରୁଛନ୍ତି କିଛି ବୁଝା ପଡୁନି I କିଛିଦିନ ତଳେ ଅପରାଜିତା ଷଡ଼ଙ୍ଗୀ ଙ୍କ ପୁରୀ ପଦଯାତ୍ରା କୁ ବିରୋଧ କରି ପଦଯାତ୍ରା ରେ ଯୋଗ ଦେଇନଥିଲେ ଏହା ଅପରାଜିତା ଙ୍କ ବ୍ୟକ୍ତିଗତ ପଦଯାତ୍ରା କହି ସେ ଦୁରେଇ ରହିଥିଲେ କିନ୍ତୁ ହାଇକୋର୍ଟ ର ନିଷ୍ପତି ପରେ ସମ୍ବିତ ପାତ୍ର ଙ୍କ ପୁରୀ ଗସ୍ତରେ ଯୋଗ ଦେଇଥିଲେ ,ସନ୍ଧ୍ୟାରେ କିନ୍ତୁ ବଦଳିଯାଇଥିଲା ଜୟନ୍ତ ଙ୍କ ସ୍ୱର I

ଏନେଇ ଜୟନ୍ତ କହିଛନ୍ତି କି ମୁଁ କେବେବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରିନାହିଁ । ଆଇନ ଅନୁଯାୟୀ ସବୁ କିଛି ହେଉ ବୋଲି ସବୁବେଳେ କହିଛି । ଜଗନ୍ନାଥ ଙ୍କ କାର୍ଯ୍ୟରେ କେହି ରାଜନୀତି କରିବା ଉଚିତ ନୁହେଁ । ଅପରପକ୍ଷରେ ଚର୍ଚା ହେଉଛି ଜୟନ୍ତ ବିଜେଡି ପ୍ରତି ସମର୍ଥନ ଦେଇ ଚୁପ ରହୁଛନ୍ତି I ଏନେଇ ଜୟନ୍ତ କହିଛନ୍ତି କି ମୁଁ ପୁରୀବାସୀଙ୍କ ବିଧାୟକ, କୌଣସି ଦଳର ନୁହେଁ I ତେବେ ଚର୍ଚା ହେଉଛି ଜୟନ୍ତ ସିନା ବିଜେପି ର ବିଧାୟକ କିନ୍ତୁ ସେ ମୂଳରୁ ହିଁ ବିଜେଡି

ସତ୍ୟବାଦୀ ରେ ତାଙ୍କ ଘର ଏବଂ ସତ୍ୟବାଦୀ ପାଇଁ ସେ ବିଜେଡି ଟିକେଟ ଆଶାୟୀ ଥିଲେ କିନ୍ତୁ ଟିକେଟ ନମିଳିବାରୁ ବାଧ୍ୟ ହେଇ ପୁରୀ ରେ ମହେଶ୍ୱର ଙ୍କ ଉପରେ ଖପ୍ପା ହେଇ ଶେଷରେ ବିଜେପି ରେ ମିଶିଥିଲେ ଏବଂ ଏକ ପରିବର୍ତନ ର ନାରା ଦେଇ ବିଜୟୀ ହୋଇଥିଲେ I ପୁରୀ ରେ ସିନା ବିଧାୟକ କିନ୍ତୁ ତାଙ୍କ ମନ ପ୍ରାଣ ସବୁ ସତ୍ୟବାଦୀ ରେ I ସତ୍ୟବାଦୀ ରେ ବିଜେପି ପ୍ରାଥୀ ଓମ ପ୍ରକାଶ ମିଶ୍ର ହିଁ ଜୟନ୍ତ ଙ୍କ ପାଇଁ ଅସୁବିଧା ତେଣୁ ଚର୍ଚା ହେଉଛି ଜୟନ୍ତ ଏଥର ବିଜେଡି ଟିକେଟ ରେ ସତ୍ୟବାଦୀ ପାଇଁ ହୁଏତ ଲଢ଼ି ପାରନ୍ତି I ବୋଧହୁଏ ସେଥିପାଇଁ ଜୟନ୍ତ ଙ୍କ ସ୍ୱର ବାରମ୍ବାର ବଦଳିବାକୁ ବାଧ୍ୟ ହେଉଛି I କିନ୍ତୁ ଏହା କେବଳ ଚର୍ଚା ଚାଲିଛି ଆପଣ କଣ ଭାବୁଛନ୍ତି ? ମତାମତ ଦେବେ I

Leave a Comment