ଛତିଶଗଡ଼ରୁ ବିଜେପି ନେତା ଆସି ବ୍ରଜରାଜନଗର ରେ ପ୍ରଚାର କରିବେ ,ଅପରାଜିତା ଙ୍କୁ ମନା

ବ୍ରଜରାଜନଗର ଉପନିର୍ବାଚନ କୁ ନେଇ ଏବେ ରାଜନୀତି ପାଣିପାଗ ସରଗରମ ଥିବାବେଳେ ବିଜେପି ର ଅନ୍ତଃକନ୍ଦଳ ସବୁଆଡେ ଚର୍ଚା I ପୂର୍ବରୁ ଚର୍ଚା ହେଉଥିଲା ଅପରାଜିତା ଙ୍କ ଖାସ ସୁଜିତ ସିଂ ହିଁ ବ୍ରଜରାଜନଗର ପ୍ରାଥୀ ହେଇପାରନ୍ତି କିନ୍ତୁ ଶେଷରେ ଧର୍ମେନ୍ଦ୍ର ଙ୍କ ଅନୁଗତ ପରାଜିତ ପ୍ରାଥୀ ରାଧାରାଣୀ ପଣ୍ଡା ଙ୍କ ଟିକେଟ ରେ ମୋହର ମାରିଥିଲେ କେନ୍ଦ୍ରୀୟ ଟିମ୍ I ବ୍ରଜରାଜନଗର ଉପ ନିର୍ବାଚନ ରେ ପ୍ରଚାର ପାଇଁ 3 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶ୍ଵେଶ୍ଵର ଟୁଡୁ ପ୍ରଚାର କରିବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ଏପରିକି ନିକଟରେ ବିଜେପି ଓଡିଶା ଦଳର ପ୍ରଭାରୀ ତଥା ସାଂସଦ ଡ଼ି. ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ବସିଥିଲା ଯେଉଁଥିରେ କି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସମ୍ବିତ ପାତ୍ର, ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ବିଧାୟକ ମନମୋହନ ସାମଲ ଓ ପୂର୍ଵତନ ସଭାପତି କେଭି ସିଂହଦେଓ ଉପସ୍ଥିତ ଥିଲେ।

କିନ୍ତୁ ଚର୍ଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀ ବୈଠକ ରେ ନଥିଲେ I ଚର୍ଚା ହେଉଛି ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ମାଡାମ ଙ୍କୁ ମନା I ଏପରିକି ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସହିତ ବହୁ ହେଭିୱେଟ୍ ନେତା ସାମିଲ ହେବେ ଏହି ପ୍ରଚାର ରେ ବୋଲି ଦଳୀୟ ମହଲ ରୁ ଖବର ମିଳିଛି I

Leave a Comment