ବାହାଘର ପରଦିନ ସ୍ୱାମୀ ଙ୍କୁ ଜୀବନରୁ ମାରିଦେବାକୁ ଲିଙ୍ଗରାଜ ମନ୍ଦିର ନେଇଥିଲା ସ୍ତ୍ରୀ

ସୁନ୍ଦରୀ ବୋହୁ ଦେଖି ଘରକୁ ଆଣିଥିଲେ ,ସାଇ ପଡିଶା ସମସ୍ତେ କହୁଥିଲେ ବୋହୁ ଖଣ୍ଡେ ଆଣିଛି ଦେଖିବାକୁ ସତରେ ଭାରି ସୁନ୍ଦର ,କିନ୍ତୁ ସେ ସୁନ୍ଦରତା ପଛରେ ଯେ କେତେ କଳା କାରନାମା ଥିଲା ତାହା ବାହାଘର ପରଦିନ ହିଁ ସାମ୍ନା କୁ ଆସିଲା ଯାହାକୁ ଦେଖି ଶାଶୁଘର ଲୋକ ପୁରା ବେହୋସ I ବାହାଘର ପରଦିନ ନୂଆ କରି ଆସିଥିବା ବୋହୁ ଶଶୁର ଙ୍କ ଠାରୁ ଅନୁମତି ମାଗି ସାଥିରେ ସ୍ୱାମୀ ଙ୍କୁ ଧରି ଲିଙ୍ଗରାଜ ମନ୍ଦିର ଯାଇଥିଲା କିନ୍ତୁ ସେଠାରେ ପୂର୍ବରୁ ଝିଅ ର ମା ଏବଂ ଭିଣେଇ ଜଗି ରହିଥିଲେ ଏବଂ ଜ୍ୱାଇଁ ନିର୍ଘାତ ମାଡ ମାରିଥିଲେ ,ଏପରିକି ଜୀବନରୁ ମାରିଦେବାକୁ ଯୋଜନା କରୁଥିବା ବେଳେ ସ୍ଥାନୀୟ ଲୋକ ଦେଖିଦେଇଥିଲେ ଏବଂ ଶାଶୁ ସଢୁ ଙ୍କ କବଳରୁ ବଞ୍ଚାଇ ପୋଲିସ ଥାନା କୁ ଖବର ଦେଇଥିଲେ I

ଘଟଣାଟି ଭୁବନେଶ୍ୱର ଅଞ୍ଚଳ ର I ତେବେ ଏନେଇ ପୀଡିତ ସ୍ୱାମୀ ଜଣଙ୍କ କହିଛନ୍ତି ଯେ ତାଙ୍କର ଦିନକ ପୂର୍ବରୁ ବିବାହ ହେଇଥିଲା କିନ୍ତୁ ସେହି ବିବାହ ରାତିରେ ତାଙ୍କ ସ୍ତ୍ରୀ ଭିଣେଇ ସହିତ ଭିଡିଓ କଲ ରେ ସମ୍ପୁର୍ଣ୍ଣ ଉଲଗ୍ନ ହେଇ କଥା ହେଉଥିଲେ ଯାହାକୁ ସେ ତାଗିଦ କରିଥିଲେ କିନ୍ତୁ ଏହାକୁ ନେଇ ତାଙ୍କ ସ୍ତ୍ରୀ ଭିଣେଇ ଙ୍କ ସହିତ କଥା ହେଇ ତାଙ୍କୁ ଜୀବନରୁ ହଟାଇଦେବାକୁ ଯୋଜନା କରିଥିଲେ ବୋଲି ସେ ଭାବି ବି ପାରିନଥିଲେ I

ଏନେଇ ପୁଅର ବାପା ପ୍ରତିକ୍ରିୟା ଦେଇ କହିଛନ୍ତି କି ସୁନ୍ଦରୀ ଝିଅ ଦେଖି ବୋହୁ କରିଥିଲି କିନ୍ତୁ ସେ ମୋ ପୁଅକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲା ,ଯାହାହେଉ ଭଗବାନ ଙ୍କ ଦୟାରୁ ମୋ ପୁଅକୁ ଫେରି ପାଇଲି I ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ନହେଲେ ଓଡ଼ିଶାର ପୁଅ ମାନେ ସବୁ ଭାସିଯିବେ I

Leave a Comment