ଓଡ଼ିଶାରେ ବିଜେପି ଦଳକୁ ଆଗକୁ ନେବାକୁ ଗୋଟିଏ ମଞ୍ଚରେ ଏକାଠି ହେଲେ ଧର୍ମେନ୍ଦ୍ର ଅପରାଜିତା

ସବୁ ଚର୍ଚା ର ଅବସାନ ଘଟିଛି I,ଧର୍ମେନ୍ଦ୍ର ଅପରାଜିତା ଙ୍କ ଭିତରେ ଯେଉଁ ଅଦୃଶ୍ୟମାନ ଶୀତଳ ସଂଘର୍ଷ ଚାଲିଥିଲା ବୋଲି ଚର୍ଚା ହେଉଥିଲା ଆଜି ସେଥିରେ ଅବସାନ ପଡିଛି I ବିଜେପି ରେ ଅପରାଜିତା ସମ୍ପୁର୍ଣ୍ଣ ଏକଘରକିଆ ହେଇଯାଇଥିବା ନେଇ ଚର୍ଚା ହେଉଥିଲା , ଏପରିକି ନିକଟରେ ପୁରୀ ପଦଯାତ୍ରା ରେ ଅପରାଜିତା ଙ୍କୁ ଦଳୀୟ ନେତା ସମର୍ଥନ କରିନଥିଲେ କିନ୍ତୁ ପରମୁହୂର୍ତ୍ତରେ ଅପରାଜିତା ଯାହା କହୁଥିଲେ ତାହା ହିଁ ଠିକ ବୋଲି ଦଳ ହୃଦବୋଧ କଲା ଏବଂ ଦିଲ୍ଲୀରୁ ସମ୍ବିତ ପାତ୍ର ଧାଇଁ ଆସିଲେ ପୁରୀ I

ଏବେ ୟା ଭିତରେ ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି , ନିକଟରେ ବ୍ରଜରାଜନଗର ରେ ଅପରାଜିତା ଙ୍କ ଖାସ ଅନୁଗତ ଙ୍କ ଟିକେଟ କଟିଯାଇଥିଲା , ଚର୍ଚା ହେଉଥିଲା ଷ୍ଟାର ପ୍ରଚାରକ ରେ ତାଙ୍କ ନାମ ରହିନପାରେ କିନ୍ତୁ ଅପରାଜିତା ଙ୍କ ନାମ 40 ଜଣିଆ ଷ୍ଟାର ପ୍ରଚାରକ ରେ ସସାମିଲ କରାଗଲା , ତେବେ ଆଜି ଭୁବନେଶ୍ୱର ର ୟୁନିଟ ୩ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଏକ କାର୍ଯ୍ୟକ୍ରମ ରେ ଏକା ସାଙ୍ଗେ ଅପରାଜିତା ଏବଂ ଧର୍ମେନ୍ଦ୍ର ଙ୍କୁ ଦେଖିବାକୁ ଦେଖିବାକୁ ମିଳିଥିଲା ।

ଏହାସହିତ ଅଟଳ ଟିଙ୍କରିଙ୍ଗ ଲ୍ୟାବ ଉଦଘାଟନ କରିଥିଲେ I ରାଜନୀତି ମହଲ ରେ ଏବେ ଗୋଟିଏ ଚର୍ଚା ଏଥର ରଣନୀତି ବଦଳାଇବ ବିଜେପି , ନିଜର ଭୁଲ ସୁଧାରି ଆଗକୁ ବଢିବ I

Leave a Comment