ଶେଷରେ ଜଗତସିଂହପୁରର ହାଇ ପ୍ରୋଫାଇଲ ଘଟଣା ରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଛେଦ I ବହୁ ଚର୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରେମିକା ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି I ସୂଚନା ଅନୁଯାୟୀ ପ୍ରେମିକା ଜଣଙ୍କ ଥାନାରେ ଏତଲା ଦେଇଥିବା ବେଳେ ପ୍ରେମିକାଙ୍କ ଅଭିଯୋଗପତ୍ର ଧରି ପୁଲିସ ହଲାପଟାରେ ପଡିଛି I ଏତଲା ରୁଜୁ କରି ଗିରଫ କରିବେ ନା ବିବାହ କୁ ଅପେକ୍ଷା କରିବେ ଦ୍ବନ୍ଦରେ ପୋଲିସ I
ପ୍ରେମିକା ଙ୍କ ଏତଲା ପରେ ଚର୍ଚା ହେଉଛି ଉଭୟ ପକ୍ଷ ଙ୍କ ମିଳିତ ଆଲୋଚନା ରେ କୋର୍ଟ ବିବାହ ହେବାକୁ ନେଇ ସ୍ଥିର ହେଇଥିଲା I ଆଜି ଏନେଇ ଉଭୟ କୋର୍ଟ ରେ ପହଁଚି ବିବାହ ପାଇଁ ଆବେଦନ କରିଛନ୍ତି I ଶୁଣାଯାଉଛି କୋର୍ଟରେ ମ୍ୟାରେଜ୍ ସରିଲା ପରେ ଏତଲା ପ୍ରତ୍ୟାହାର କରାଯିବ I
ସୂଚନା ଥାଉ କି ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚା ହେଇଥିଲା ଏବଂ ବିଧାୟକ ବିବାଦ ରେ ପଡ଼ିଥିଲେ I ଆଜି ଉଭୟ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡିଛି I