ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ଏବଂ ବିଜେଡି ନିଜର ଷ୍ଟାର ପ୍ରଚାରକ ଙ୍କ ନାମ ଘୋଷଣା କରିଛନ୍ତି I ତେବେ ସବୁଥର ଭଳି ଏଥର ବି ଦଳ ଅନୁଭବ ଙ୍କୁ ନିଜର ଷ୍ଟାର ପ୍ରଚାରକ ରୁ ବାଦ ଦେଇଛି I ପତ୍ନୀ ଙ୍କ ସହିତ ଘରୋଇ ବିବାଦ ପରେ ବିବାଦୀୟ ହେଇ ପଡିଥିବା ଅନୁଭବ ଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମ ରେ ଡକା ଯାଉନଥିଲା , ତେବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ସେଲ୍ଫି ନେଇ ସେ ଏବେବି ଦଳ ରେ ଗୁରୁତ୍ୱ ବହନ କରନ୍ତି ବୋଲି ମେସେଜ ଦେଇଥିଲେ କିନ୍ତୁ ଉପ ନିର୍ବାଚନ ରେ ତାଙ୍କ ନାଁ ନାହିଁ ଏଥିରୁ ସହଜରେ ଅନୁମେୟ ଦଳ ତାଙ୍କୁ ପ୍ରଚାର କରିବାକୁ ପଠାଇ ରିସ୍କ ନେବାକୁ ଚାଁହୁନି I
ସେହିଭଳି ବିଜେପି ର ବହୁ ଚର୍ଚିତ ବିଜୟ ମହାପାତ୍ର ଙ୍କୁ ମଧ୍ୟ ବିଜେପି ର ଷ୍ଟାର ପ୍ରଚାରକ ରେ ଦଳ ସାମିଲ କରିନି I ଅପରାଜିତା ଙ୍କ ସହିତ 3କେନ୍ଦ୍ରମନ୍ତ୍ରୀ ଙ୍କ ନାମ ସାମିଲ ରହିଥିବା ବେଳେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଅଛନ୍ତି କିନ୍ତୁ ବିଜୟ ମହାପାତ୍ର ଙ୍କ ନାମ କାଟି ଦିଆଯାଇଛି I