ଭୁବନେଶ୍ୱର ବହୁ ଚର୍ଚିତ ଘଟଣାରେ ଶେଷରେ ଚଉଠି ରାତି ପରଦିନ ଘର ଛାଡିଥିବା ନନ୍ଦିନୀ ଙ୍କ ନାମରେ ଥାନାରେ ଏତଲା ରୁଜୁ ହେଇଛି I ଶଶୁର ଘର ଲୋକ ନନ୍ଦିନୀ ନାମରେ ଏତଲା ଦେବା ପରେ ଭରତପୁର ପୋଲିସ ଷ୍ଟେସନ ତରଫରୁ ମାମଲା ରୁଜୁ କରାଯାଇଛି I ସୂଚନା ଅନୁଯାୟୀ 420 ଦଫା ଲାଗିଛି ନନ୍ଦିନୀ ଙ୍କ ନାମରେ I
ଖୁବ ଶୀଘ୍ର ହୁଏତ ଗିରଫ ହେଇପାରନ୍ତି ତେବେ ଅପରପକ୍ଷରେ ନନ୍ଦିନୀ ମଧ୍ୟ ସ୍ୱାମୀ ଙ୍କ ନାମରେ ଏତଲା ଦେବେ ବୋଲି ଶୁଣାଯାଉଛି ,ତାଙ୍କୁ ବିବାହ ର ପ୍ରଥମ ରାତିରେ ନିର୍ଯାତନା ଦେବା ସହିତ ଯୌତୁକ ଦାବି କରିଥିଲେ I ତେବେ କିଏ କହୁଛି ସତ ଆଉ କିଏ ମିଛ ? ଏସବୁ ଆଗକୁ ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ତେବେ ଆପଣଙ୍କ ମତରେ କିଏ କହୁଛି ସତ ? ନନ୍ଦିନୀ ନା ସ୍ୱାମୀ ?