କଟକ ଆସିଲେ ହଣା ଖାଇବ ଜାପାନୀ , ହ୍ୟୁମାନ ସାଗର ଙ୍କ ନାମରେ ଥାନାରେ ଏତଲା ଦେଲେ ଜାପାନୀ ଭାଇ

ପୁଣି ବିବାଦ ରେ ପଡିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର I ଏଥରକ ତାଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ସଂଗୀତକାର ଜାପାନୀ ଭାଇ I ହ୍ୟୁମାନ ସାଗର ଏବଂ ଜାପାନୀ ଭାଇ ଯୋଡି ବେଶୀ ଚହଳ ସୃଷ୍ଟି କରିଥିଲା I ଉଭୟ ଅନେକ ଦରଦୀ ଗୀତ ଭେଟି ଦେଇ ଲୋକଙ୍କୁ କନ୍ଦେଇ କନ୍ଦେଇ ବେଦମ କରିଥିଲେ I ଏ ମନ ମୋ ମନ ହେଉ କିମ୍ବା ମୁଁ ଛଟପଟ ଭଳି ଗୀତ I କିନ୍ତୁ ଆଉ ସେମିତି ଦରଦୀ ଗୀତ ଆସିବନି .ଉଭୟ ଙ୍କ ମଧ୍ୟରେ ମତାନ୍ତର ହେଇଚି , ଘଟଣା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଛି I

ସୂଚନା ଅନୁଯାୟୀ ଜାପାନୀ 5ବର୍ଷ ଧରି ହ୍ୟୁମାନ ସାଗର ଙ୍କୁ ଓଡ଼ିଆ ଆରାଧ୍ୟ ଜଗନ୍ନାଥ ଙ୍କ ପାଇଁ ଏକ ଭଜନ ଗାଇବାକୁ କହିଥିଲେ କିନ୍ତୁ ହ୍ୟୁମାନ ଏହାକୁ ପ୍ରତ୍ୟାଖାନ କରିଥିଲେ , ଜଗନ୍ନାଥ ଙ୍କ ଗୀତ ସେ ଗାଇପାରିବେନି ବୋଲି ରୋକଠୋକ ମନା କରିଥିଲେ ,ଏହାକୁ ନେଇ ଜାପାନୀ ଏବଂ ହ୍ୟୁମାନ ଙ୍କ ମଧ୍ୟରେ ବିବାଦ ଚାଲିଥିଲା ଏବଂ ଏନେଇ ସୋସିଆଲ ମିଡିଆରେ ସ୍ୱର ଉଠାଇଥିଲେ ତପୁ ନାୟକ I

ତେବେ ତପୁ ନାୟକ ଙ୍କୁ ହ୍ୟୁମାନ ଙ୍କ PSO ଫୋନ କରି ଧମକ ଦେବା ସହିତ ଜାପାନୀ କଟକ ଆସିଲେ ତାକୁ ଜୀବନରୁ ମାରିଦେବାକୁ କହିଥିଲେ , ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜାପାନୀ I ତେବେ ହ୍ୟୁମାନ ସାଗର ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I ସୂଚନା ଥାଉ କି ଏହା ପୂର୍ବରୁ ମଧ୍ୟ ଝିଅ ନୁହେଁ ତୁ କରୋନା ଭାଇରସ ଭଳି ଗୀତ ଗାଈ ଅନେକ ଥର ବିବାଦ ରେ ରହି ଆସିଛନ୍ତି ହ୍ୟୁମାନ ସାଗର I

Leave a Comment