କାନ୍ଦୁଛନ୍ତି ସୁପରଷ୍ଟାର, ସାଂସଦ ଥାଇ ବି ଦଳରେ ଅଲୋଡ଼ା, ସିନେମା ରେ ମିଳୁନି କାମ

ନିକଟରେ ସାର୍ଥକ ର ଏକ ରିଆଲିଟି ଶୋ ଦାଦାଗିରି ରୁ ଅନୁଭବ ଙ୍କୁ ବିଦା କରିଦିଆଯାଇଥିଲା ଏବଂ ବ୍ରଜରାଜନଗର ଉପ ନିର୍ବାଚନ ରେ ମଧ୍ୟ ଷ୍ଟାର ପ୍ରଚାରକ ରୁ ତାଙ୍କ ନାମ କାଟି ଦିଆଯାଇଛି I କେନ୍ଦ୍ରାପଡା ସାଂସଦ ଏବଂ ସୁପରଷ୍ଟାର ଥାଇ ମଧ୍ୟ ବିଜେଡି ରେ ତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ ତେବେ
ଜୋରଦାର ଭାଇରଲ ହେଉଛି କେନ୍ଦ୍ରାପଡା ସାଂସଦ ଅନୁଭବ ଙ୍କ ଭିଡିଓ I 32 ମିନିଟ ଧରି ନିଜର ସମସ୍ତ କୋହ କୁ ଭିଡିଓ ମାଧ୍ୟମ ରେ ବଖାଣିଛନ୍ତି ଅନୁଭବ I

ବର୍ଷା ଙ୍କୁ ଭଲପାଇ ବିବାହ କରିବା ତାଙ୍କ ଜୀବନର ସବୁଠୁ ବଡ ଭୁଲ ନିଷ୍ପତି ବୋଲି କହିଛନ୍ତି I ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ସେନେଇ ମଧ୍ୟ ସନ୍ଦିହାନ ଅଛନ୍ତି I ତାଙ୍କୁ ଏମିତି ବାରମ୍ବାର କୋର୍ଟ ଥାନା ଦୌଡିବାକୁ ପଡିବ ବୋଲି ସେ ଭାବିନଥିଲେ I ଦିନେ ଯେଉଁ ସୁପରଷ୍ଟାର ଙ୍କୁ ବିଜେଡି ରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା ଆଜି କେହି ପଚାରୁନାହାନ୍ତି ,ଏପଟେ ପତ୍ନୀ ବର୍ଷା କିନ୍ତୁ ବିଜେଡି ପ୍ରଚାର ରେ ନିଜକୁ ସକ୍ରିୟ ରଖିଛନ୍ତି I

ଗରିବ ଲୋକଙ୍କ କାମ କରି ସମାଜସେବାରେ ନିଜକୁ ହଜେଇ ଦେଉଛନ୍ତି I ବିଜେଡି ର ପ୍ରତ୍ୟକ୍ଷ କର୍ମୀ ନହୋଇ ମଧ୍ୟ ବିଜେଡି ରେ ବର୍ଷା ଙ୍କ ପତିଆରା ଅନୁଭବ ଙ୍କ ଠାରୁ ଢେର ଅଧିକ I ଚର୍ଚା ହେଉଛି ଆଗାମୀ ନିର୍ବାଚନ ରେ ଏଥର ବର୍ଷା ହିଁ ଅନୁଭବ ଙ୍କ ବିକଳ୍ପ ,ଏମିତିରେ ଦେଖିବାକୁ ଗଲେ ବିଜେଡି ରେ ମହିଳା ଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି I

 

Leave a Comment