ରାଉରକେଲା ଶପିଂ ମଲ୍ ର ବନ୍ଦ କୋଠରୀ ରେ ଯୁବତୀ ଙ୍କୁ 5 ଘଣ୍ଟା ବନ୍ଦୀ ରଖିଲେ ମଲ୍ କର୍ତ୍ତୃପକ୍ଷ

ବିନା ଦୋଷରେ ବି ଦୀର୍ଘ 5ଘଣ୍ଟା ଅଟକ ରହି ହଟହଟା ହେଲେ ଜଣେ ଯୁବତୀ I ଘଟଣାଟି ରାଉରକେଲା ର I ସୂଚନା ଅନୁଯାୟୀ ସହରର ଷ୍ଟେସନ ରୋଡ ନିକଟସ୍ତ ଏକ ସପିଂ ମଲରେ ଜଣେ ଯୁବତୀ ଙ୍କୁ ଅଟକ ରଖିଥିଲେ ମଲ ଅଧିକାରୀମାନେ I ରାଉରକେଲାରେ ନର୍ସିଂ ଟ୍ରେନିଂ ନେଉଥିବା କୋରାପୁଟର ଜଣେ ଯୁବତୀ ମଙ୍ଗଳବାର ସପିଂ ପାଇଁ ମଲକୁ ଯାଇଥିଲା। ସେ ଫେରିବା ସମୟରେ ସେ ମୁଖ୍ୟ ପ୍ରବେଶ ପଥ ଦେଇ ବାହାରକୁ ଯିବାବେଳେ କବାଟର କାଚ ହଠାତ ଖସିପଡିଥିଲା।

ସିକ୍ୟୁରିଟି ଗାର୍ଡ ସେଠାରେ ଉପସ୍ଥିତ ଥିଲେ ଏବଂ ମଲ୍ ର ଜଣେ କର୍ମଚାରୀ ତାଙ୍କୁ କବାଟ ଭାଙ୍ଗି ଥିବା ଅଭିଯୋଗ କରିଥିଲେ ଏବଂ ତାଙ୍କୁ ବିଲଡିଂ ଭିତରେ ଥିବା ଅଫିସକୁ ନେଇଥିଲେ | କାର୍ଯ୍ୟାଳୟରେ ଉପସ୍ଥିତ ଥିବା ମଲ୍ ଅନ୍ୟ କର୍ମଚାରୀମାନେ ତାଙ୍କୁ ଗ୍ଲାସ କବାଟ ବଦଳାଇବା ପାଇଁ 1.5 ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଏଥିରେ ଯୁବତୀ ଜଣଙ୍କ ଅରାଜି ହେବାରୁ “ମଲ୍ କର୍ତ୍ତୃପକ୍ଷ ତାଙ୍କୁ ଅଫିସ ଛାଡ଼ିବାକୁ ଅନୁମତି ଦେଲେ ନାହିଁ ଏବଂ ପ୍ରାୟ 5 ଘଣ୍ଟା ଧରି ବନ୍ଦୀ କରି ରଖିଥିଲେ। ଗ୍ଲାସ ର ଦାମ ଦେଢ଼ଲକ୍ଷ ଟଙ୍କା ତେଣୁ ଅତି କମ ରେ 25,000 ଟଙ୍କା ଦେବାକୁ ବାଧ୍ୟ କରିଥିଲେ I ତେବେ ଯୁବତୀ ଜଣଙ୍କ ନିଜ ସୁନା ଚେନ୍ ଦେବାକୁ ପ୍ରସ୍ତାବ ଦେଲେ, କିନ୍ତୁ ସେମାନେ ଏହାକୁ ଗ୍ରହଣ କଲେ ନାହିଁ |ଶେଷରେ ଯୁବତୀ ଜଣଙ୍କ ନିଜ ବାନ୍ଧବୀ ଙ୍କୁ ଫୋନ କରି କହିବାରୁ ସେ ଆସି ପହଞ୍ଚିଥିଲେ ଏବଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ପୋଲିସ ପହଁଚି ଯୁବତୀ ଙ୍କୁ ଉଦ୍ଧାର କରିଥିବା ବେଳେ ତଦନ୍ତ ଜାରି ରହିଛି I

Leave a Comment