ଆସନ୍ତା କାଲି ଅର୍ଥାତ ୨୨.୦୫.୨୦୨୨ ରିଖ କୁ ଲୋକପ୍ରିୟ ତଥା ଢେଙ୍କାନାଳ ର ଯୁବ ଆଇକନ ସ୍ବର୍ଗତ ସମ୍ବିତ ନନ୍ଦ ଙ୍କ ମୃତ୍ୟୁ ର ଏକ ବର୍ଷ ପୂରଣ ହେଉଛି I ଆଜି ବି ଢେଙ୍କାନାଳ ବାସୀ ଝୁରୁଛନ୍ତି ତାଙ୍କ ଆଦର ର ସୋମୁ ଙ୍କୁ I ତେବେ ସମ୍ବିତ ଙ୍କ ବାର୍ଷିକ ପୁଣ୍ୟ ତିଥି ରେ ଶ୍ରଦ୍ଧାଞ୍ଜଳି ସଭା ରେ ପୂର୍ବାହ୍ନ ୮ଘଟିକା ସମୟରେ ଦେଓଗାଁ ଡାକ୍ତରଖାନା ପରିସରରେ ” ଆମ୍ବୁଲାନ୍ସ ସେବା ଓ ମାଗଣା ସ୍ବାସ୍ତ୍ୟ ପରୀକ୍ଷା ଶିବିର ଶୁଭାରମ୍ଭ ହେବ I
ନାହାନ୍ତି ସମ୍ବିତ କିନ୍ତୁ ତାଙ୍କ ସ୍ମୃତି ରେ ପରିବାର ତରଫରୁ ( ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ) ଏହି ମହାନ କାର୍ଯ୍ୟ ଆରମ୍ଭ କରାଯାଉଛି I ଏହି ଆମ୍ବୁଲାନ୍ସ ସେବା ଦ୍ୱାରା ଗରିବ ଲୋକମାନେ ଅତି ସ୍ୱଳ୍ପ ମୂଲ୍ୟରେ ଉପକୃତ ହେଇପାରିବେ I ସୂଚନା ଥାଉ କି କୋଭିଡି ସମୟରେ ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ସମ୍ବିତଙ୍କୁ 2021 ଏପ୍ରିଲ ୨୮ ରେ କଟକ ସ୍ଥିତ ଅଶ୍ୱୀନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଝିଥିଲେ I ସମ୍ବିତ ଙ୍କ ବିୟୋଗ ରେ ସାରା ସୋସିଆଲ ମିଡ଼ିଆ ସ୍ତବ୍ଧ ହେଇଯାଇଥିଲା I