ହୁମାନ ସାଗର ଙ୍କ ଭଜନ ନ ଗାଇବା ଉପରେ ଏବେ ମୁଂହ ଖୋଲିଛନ୍ତି ସୁରା ରାଉତ ।
କାହିଁକ ଏପରି ସେ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ସେ କହିଛନ୍ତି ଯେ କଣ ପାଇଁ ତମେ କୁଣ୍ଠାବୋଧ କରୁଛ। ଏ ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ଆପଣ ଦେଖିବେ ମହମ୍ମଦ,ସିକନ୍ଦର ଆଲାମ,ସରୋଜ ନନ୍ଦ ଭଳି ଗାୟକ ମାନେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇକି ଯାଇଛନ୍ତି।ତମେ କଣ ପାଇଁ ଗାଇବ ନାହିଁ।ତମେ ଓଲଟ ଧମକ ଦଉଚ ଜାପାନୀ ଭାଇକି ପପୁ ନାୟକଙ୍କୁ କଣ ପାଇଁ।
ତମେ ପୁଣି ଧମକ ଦଉଚ।କଟକ ଗଲେ ତମକୁ ଜିଅନ୍ତା ମାରିଦେବେ।କଳାକାର କଣ ଏ ଛୋଟ ପ୍ରକୃତି।ତମର ପିଏ ଧ-ମ-କା-ଉ-ଛି।ପପୁ କଣ ଏ କଥା।କଳାକାର ନରମ ହେବା ଦରକାର।ସାଧା ହେବା ଦରକାର।ସରଳ ହେବା ଦରକାର।ମଧୁର କଥା କହିବା ଦରକାର।ବିଶିଷ୍ଟ କଳାକାର ତମେ।
ତୁରନ୍ତ ଏ ଗଣ୍ଡ ଗୋଳ ପରି କାମ ରୁ ଓହରି ଯାଅ। ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଅ।ତମ ସୁନାମ ବଢ଼ିଛି।ଆହୁରି ବଢିବ ଜଗା ଆଶୀର୍ବାଦ ରେ ।ଏବଂ ନିବେଦନ କରୁଚି ତମ ଭଳିଆ ଗାୟକ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇ ବିଶ୍ବର ନାଁ କର ଭାରତର ନାଁ କର।ଓଡ଼ିଶାର ନାଁ କର। ଏ ଛୋଟ କାରବାରରେ ପଶନି।କଳାକାର ମାନେ ଝାମେଲା କେବେ କରନ୍ତି ନାହିଁ କି ପଶନ୍ତି ନାହିଁ।
ହ୍ୟୁମାନ ସାଗରଙ୍କୁ ମୋର ସାନଭାଇ ହିସାବରେ ଏକ ଛୋଟ ସଜେଶନ ତମ ପିଏକୁ Warning ଦିଅ।ଏସବୁ ଝାମେଲା ମାନଙ୍କରେ ପଶ ନାହିଁ।ତମେ ସୁନାମ କରି କରି ଚାଲିଛ ଆହୁରି ସୁନାମ କରି ଚାଲ। ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବା ଆରମ୍ଭ କର।