ଜଗନ୍ନାଥ ଙ୍କ ଭଜନ ଗାଇବା ନେଇ ଏତେ ବିବାଦ ହେଲା ପରେ ଶେଷ ରେ ଜଗନ୍ନାଥ ଙ୍କ ଗୀତ ଗାଇବାକୁ ନିଷ୍ପତି ନେଇଛନ୍ତି ହ୍ୟୁମାନ ସାଗର । ସଂଗୀତ ନିର୍ଦେଶକ ଜାପାନୀ ଙ୍କ ସୋସିଆଲ ମେଡିଆ ରେ ଜବାବ ଦେଲା ପରେ ଏପଟେ ସୋସିଆଲ ମେଡିଆ ରେ ସାଗର ସଂଗ୍ରାମ ପ୍ରଡୁକ୍ସନ ରେ ଜଗା ଭଜନ ର ଜୋର ଦାର ପ୍ରଚାର ଚାଲିଛି ।
ଯେଉଁଥିରେ କଣ୍ଠ ଦେଇଛନ୍ତି ହ୍ୟୁମାନ ସାଗର ।ସାଗର ସଂଗମ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଗୀତରେ ନିଜେ କଣ୍ଠାଦାନ କରିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ହ୍ୟୁମାନ ସାଗର । ଶୀର୍ଷକ ରହିଛି ଦଣ୍ଡବତ ହେଲି ମୁଁ କାଳିଆ ପାଖରେ ।
ସୋସିଆଲ ମେଡିଆ ରେ ଏହି ପୋଷ୍ଟର ଦେବା ସହ ଖୁବ ଶୀଘ୍ର ଏ ଭଜନ ଆସିବାକୁ ଯାଉଛି ବୋଲି ସେ ସୂଚନା ମଧ୍ୟ ଦେଇଛନ୍ତି ।କିଛିଦିନ ତଳେ ହ୍ୟୁମାନ ସାଗର ତାଙ୍କୁ କଟକ ଆସିଲେ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ । ଗଣମାଧ୍ୟମରେ ଅଭିଯୋଗ କରିଥିଲେ ଯେ, ଏକ ଜଗନ୍ନାଥ ଭଜନ ଗାଇବା ପାଇଁ ଦୀର୍ଘଦିନ ହେଲା ସେ ହ୍ୟୁମାନ ସାଗରଙ୍କ ପଛରେ ପଡିଥିଲେ ମଧ୍ୟ ସେ ରାଜି ହେଉନାହାନ୍ତିା
ତେବେ ଏହା ସେ ନିଜେ ଭକ୍ତି ସହ ଗାଉଛନ୍ତି ନା ଓଡିଶା ଲୋକ ମାନଙ୍କ କୋପ ରୁ ନିଜ କ୍ୟାରିଅର ବଂଚେଇବାକୁ କରୁଛନ୍ତି ତାହା ଆପଣ ମାନେ କମେନ୍ଟ ରେ ଜଣେଇବାକୁ ଅନୁରୋଧ ।