ମୁଁହ ଖୋଲିଲେ ବର୍ଷା ,ଦିଲ୍ଲୀ ବାନ୍ଧବୀ ହିଁ ସବୁ ନାଟର ଗୋବର୍ଦ୍ଧନ

ଅନୁଭବ ଙ୍କ ଭିଡିଓ ଭାଇରଲ ହେବାପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବର୍ଷା I କୋର୍ଟରେ କେସ ମାମଲା ଧୀନ ଥିବାବେଳେ ଅନୁଭବ ଜାଣିଶୁଣି ତାଙ୍କୁ ବଦ୍ନାମ କରୁଛନ୍ତି I ସେ ଡିଭୋର୍ସ ଚାଁହୁନଥିଲେ କିନ୍ତୁ ଅନୁଭବ ତାଙ୍କୁ ସର୍ତ୍ତ ରଖି ବଣ୍ଡ ପେପର ରେ ଦସ୍ତଖତ କରିଥିଲେ , ସର୍ତ ରଖିଥିଲେ କି ସେ ଫିଲ୍ମ କରିବେନି , ସମାଜସେବା କରିବେନି କି ନିଜ ମା କୁ ଦେଖା କରିବେନି , ଏସବୁ ସର୍ତ ରେ ସେ ରାଜି ଥିଲେ କିନ୍ତୁ ନିଜ ମା କୁ ଦେଖା ନକରି ସେ ରହିପାରିବେନି

ମା ସହିତ ମିଳାମିଶା ରେ ବାରଣ ଠିକ ନୁହେଁ I ତେବେ ଏହା ସହିତ ସେ ପୁଣିଥରେ ଦିଲ୍ଲୀବାଲି ବାନ୍ଧବୀ ଙ୍କୁ ଟାଣିଛନ୍ତି I ସେ ଏତଲା ରେ ଲେଖିଛନ୍ତି ଯେ ଦିଲ୍ଲୀ ର ଅନୁଭବ ଙ୍କ ବାନ୍ଧବୀ ଏସବୁ ନାଟର ଗୋବର୍ଧନ I ତାଙ୍କ ଡିଭର୍ସ ପାଇଁ ସେ ହିଁ ଦାୟୀ I ସୂଚନା ଥାଉ କି ଦିଲ୍ଲୀ ବାନ୍ଧବୀ ଜାଗୃତି ଙ୍କ ସହିତ ଅନୁଭବ ଙ୍କ ଫୋଟୋ ବେସ ଭାଇରଲ ହେଇଥିଲା Iଏପରିକି ଜାଗୃତି ନିଜେ ସ୍ପଷ୍ଟୀକରଣ ରଖିଥିଲେ ତାଙ୍କୁ ଅଯଥା ବିବାଦ କୁ ଟଣାଯାଉଛି I

Leave a Comment