ହଟିଲେ ନିରଞ୍ଜନ , ତାରା ସୁର ଙ୍କୁ ପଛରେ ପକାଇ ପିସିସି ସଭାପତି ହେଲେ ନିରଞ୍ଜନ ,କଣ କଂଗ୍ରେସ କୁ ସଜାଡି ପାରିବେ ?

ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ପିସିସି ସଭାପତି ପଦରୁ ନିରଞ୍ଜନ ହଟିବା ସହିତ ଶେଷରେ ଓଡିଶା କଂଗ୍ରେସ ମଙ୍ଗ ଧରିଲେ ଶରତ ପଟ୍ଟନାୟକ I ଶରତଙ୍କୁ ନୂଆ ପିସିସି ଭାବେ ଦାୟିତ୍ଵ ନେଇଛନ୍ତି AICC । ଏନେଇ ଆଜି ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି I ଦ୍ୱିତୀୟ ଥର ପାଇଁ ତାଙ୍କୁ ଏହି ଦାୟିତ୍ୱ ଦେଇଛି କଂଗ୍ରେସ୍‌ । ତେବେ ସଭାପତି ଦୌଡରେ ସବୁଠୁ ଆଗରେ ଥିବା ତାରାପ୍ରସାଦ ବାହିନୀପତି ଏବଂ ସୁର ରାଉତରାୟ ଙ୍କୁ ନିରାଶ ହେବାକୁ ପଡିଛି I

ତାରା ବାହିନୀ ପତି କଂଗ୍ରେସ ମଙ୍ଗ ଧରିବେ ବୋଲି ଚର୍ଚା ହେଉଥିଲା କିନ୍ତୁ ତାଙ୍କ ଉପରେ ଦଳ ଭରଷା କରି ପାରିନାହିଁ I ସୂଚନା ଥାଉ କି ଶରତ ପଟ୍ଟନାୟକଙ୍କ ଙ୍କ ଏହା ଦ୍ୱିତୀୟ ଥର ସଭାପତି ଦାୟିତ୍ୱ ଗ୍ରହଣ କରିବେ । ପୂର୍ବରୁ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ସେ ଓଡ଼ିଶା କଂଗ୍ରେସ ସଭାପତିର ଦାୟିତ୍ୱ ନିର୍ବାହ କରିଥିଲେ । ବଲାଙ୍ଗୀରରୁ ୧୯୯୧ରୁ ୧୯୯୮ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଥିଲେ । ତେବେ ବୁଡ଼ିଯାଉଥିବା କଂଗ୍ରେସ କୁ ଦେଖାଯାଉ ଆଗାମୀ ଦିନରେ କିଭଳି ଶରତ ଆଗକୁ ନେଉଛନ୍ତି I

Leave a Comment