କନକ ନିଉଜ କୁ ଅନୁଭବ ଲେଖିଲେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ନାମରେ କଳଙ୍କ ଲଗାଅ ନାହିଁ

ବର୍ଷା ଅନୁଭବ ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ , ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଅନୁଭବ I ତେବେ ବିଶେଷ କରି କନକ ନିଉଜ ର ଜଣେ ରିପୋର୍ଟର ଙ୍କ WHATSAPP ଚାଟ ର ସ୍କ୍ରିନ ଷଟ ନେଇ ସୋସିଆଲ ମିଡ଼ିଆ ଫେସବୁକ ରେ ନିଜେ ପୋଷ୍ଟ କରିଛନ୍ତି ଅନୁଭବ I ଲେଖିଛନ୍ତି କି
ପ୍ରିୟର Soumya , ତମେ ଗଣମାଧ୍ୟମର ଜଣେ ଭଲ ପ୍ରତିନିଧି ବୋଲି ଭାବିଥିଲି । ହେଲେ ଏମିତି କରିବାକୁ ଟିକେ ଖରାପ ଲାଗିଲାନି କେମିତି ? ବଡ଼ ଭାଇ ବୋଲି କହି ମତେ Part-3 ଭିଡ଼ିଓ ମାଗିଲ । କହିଲ ତମକୁ ବିଶ୍ୱାସ କରିବାକୁ । ମୁଁ ଯେତେବେଳେ ନଦେଲି, ତମେ ମେସେଜ ରେ ମତେ ଲେଖିଲ, “ଆଜି ଦେଖନ୍ତୁ ଷ୍ଟୋରୀ କେମିତି ଯାଉଛି”! ବାଃ..! ଆଉ ତମେ ଯୋଉ ମେସେଜ କରି କହିଛ, “ମୁଁ ସବୁ ଜାଣିଛି.. ସବୁ ବୁଝୁଛି.. ହେଲେ ମୁଁ ପରିସ୍ଥିତିର ଦାସ.. କାରଣ ସେପଟୁ ଉପରୁ ଅର୍ଡର ଆସୁଛି ଏମିତିକା ଷ୍ଟୋରୀ କରିବା ପାଇଁ ।”!

ସୌମ୍ଯ, ସାରା ଓଡ଼ିଶାର ଜନସାଧାରଣ ଓ ମୋ ସହିତ ମୋ ପରିବାର ମଧ୍ଯ ଜାଣିବାକୁ ଚାହୁଁଛୁ ଯେ କିଏ ସେଇ ଲୋକମାନେ ଯିଏ ତମକୁ ଏମିତିକା ମିଛ ଖବର ପ୍ରସାରଣ ପାଇଁ ବା ମୋ ବିରୋଧରେ ଅପପ୍ରଚାର କରିବାକୁ ଆଦେଶ ଦଉଛନ୍ତି ? କୁହ ସୌମ୍ଯ ?

ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ନାମରେ କଳଙ୍କ ଲଗାଅ ନାହିଁ । ସତ କଣ ସବୁ ଜାଣି ବି, ତମେ ଏକପାଖିଆ ଖବର ପରିବେଷଣ କରିଚାଲିଛ ।
ସତ କଣ ଓ ମିଛ କଣ, ତାହା ଏବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଚାର କରିବେ । ଜୟ ଜଗନ୍ନାଥ ,ଏହାସହିତ ସେ କନକ ନିଉଜ କୁ ଏହି ପୋଷ୍ଟ ରେ ଟ୍ୟାଗ କରିଛନ୍ତି I ଏନେଇ କନକ ନିଉଜ ତରଫରୁ କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟିକରଣ ବର୍ତମାନ ସୁଦ୍ଧା ରଖାଯାଇ ନାହିଁ I

Leave a Comment