10 ଅବତାର ମଧ୍ୟରୁ ପ୍ରଭୁ କଛିମ ଅବତାର ନେଇଥିଲେ ଯାହାକି ସମସ୍ତେ ଜାଣିଛେ ,ତେବେ କଳିଯୁଗ ରେ ସ୍ୱୟଂ ପ୍ରଭୁ କଛିମ ବା କଇଁଛ ବେଶରେ ଦର୍ଶନ ଦେଇଛନ୍ତି I ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ରେ I ଏହି ଜିଲ୍ଲା ଅନ୍ତର୍ଗତ ସାମଖୁଣ୍ଟ ବ୍ଲକ ଅନ୍ତର୍ଗତ ବାହାଦୁରପୁର ରେ ଏଭଳି ଖବର ସାମ୍ନା କୁ ଆସିଛି I
ସୂଚନା ଅନୁଯାୟୀ ଏହି ଗ୍ରାମରେ ଦେବକାଳନ୍ଦି ନାମକ ଜଣେ ବ୍ୟକ୍ତି ମାଛ ଧରୁଥିବା ବେଳେ ତାଙ୍କ ଜାଲ ରେ ଏକ କଇଁଛ ପଡିଥିଲା I କଇଁଛ ଟିକୁ ସେ ବାହାରକୁ ଆଣିବା ପରେ ଦେଖିବାକୁ ପାଇଥିଲେ କି କଇଁଛ ପିଠିରେ ସ୍ୱୟଂ ଜଗନ୍ନାଥ ଙ୍କ ପ୍ରତିଛବି I
ସଙ୍ଗେସଙ୍ଗେ ସେ ଗ୍ରାମକୁ ନେଇ ଆସିଥିଲେ କଇଁଛ କୁ ଏବଂ ଗ୍ରାମରେ ଏକଥା ହାଲ୍ଲା ହେବା ମାତ୍ରେ ସମସ୍ତେ ଦର୍ଶନ ନିମନ୍ତେ ଛୁଟିଥିଲେ I କଇଁଛ ପିଠିରେ ଅବିକଳ ମହାପ୍ରଭୁ ଜଗନ୍ନାଥ ଙ୍କ ପ୍ରତିଛବି ଦେଖିବା ପରେ ଏବେ ଗାଁ ରେ ପୂଜାର୍ଚ୍ଚନା ଆରମ୍ଭ ହେବାରେ ଲାଗିଛି I