IAS ରୁ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ;ସୁପର ପାୱାର ପାଣ୍ଡିଆନ I ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

ଆଜି ସୁପର ପାୱାର ଙ୍କ ଜନ୍ମ ଦିନ I ମାନେ ଓଡିଶା ରାଜନୀତି ର ସୁପର ପାୱାର ଆଇଏଏସ ଭି କେ ପାଣ୍ଡିଆନ ଙ୍କ ଜନ୍ମ ଦିନ I ପାଣ୍ଡିଆନ” ବାସ୍ ଏହି ନାମଟି ହିଁ ଯଥେଷ୍ଟ ,ଓଡ଼ିଶାରେ ଯାହାକୁ ବି ପଚାରିଲେ ତାଙ୍କ ବିଷୟରେ ଅଳ୍ପ ବହୁତ ସମସ୍ତଙ୍କୁ ଜଣାଥିବ I ଓଡ଼ିଶାର ରାଜନୀତି ରେ ସିଧାସଳଖ ସମ୍ପୃକ୍ତ ନଥିଲେ ମଧ୍ୟ ଓଡ଼ିଶାର ରାଜନୀତି ର ଡୋରି ଯେ ତାଙ୍କ ପାଖରେ ଏହା କେହି ବି ଅସ୍ବୀକାର କରିପାରିବେ ନାହିଁ I 2018 ର ଏକ ଘରୋଇ ଗଣମାଧ୍ୟମ ର ଓଡ଼ିଶାର 10ଜଣ ଶକ୍ତିଶାଳୀ ପ୍ରଭାବୀ ବ୍ୟକ୍ତିଙ୍କ ସର୍ଭେ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ଏହି ବ୍ୟକ୍ତି ବାସ୍ତବ ରେ କିନ୍ତୁ ଓଡିଶା ବିଜେଡି ରାଜନୀତି ର ହର୍ତ୍ତା କର୍ତା ଦଇବ ବିଧାତା I

ଏକଥା କେବଳ ଆମେ ନୁହେଁ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ହୁଏ I 48 ବର୍ଷୀୟ ଏହି ପ୍ରତିଭାଶାଳୀ ବ୍ୟକ୍ତି ଙ୍କ ରାଜନୈତିକ ଗୋଟି ଚାଳନା ରେ ନବୀନ ପଟନାୟକ ଅପ୍ରତିଦ୍ବନ୍ଦି I କେହି ମାନୁ କିମ୍ବା ନମIନୁ ତାଙ୍କ ବିଚକ୍ଷଣ ବୁଦ୍ଧି ଓ କାର୍ଯ୍ୟଦକ୍ଷତା ଯୋଗୁଁ ଯେ ନବୀନ ପଟ୍ଟନାୟକଙ୍କ ଅପରାଜେୟ ଏକଥା ବିଜେଡି ରାଜନୀତି ର ଚାଣକ୍ୟପ୍ୟାରୀ ବାବୁ ମଧ୍ୟ କହିସାରିଛନ୍ତି I


କିଏ ଏହି ପାଣ୍ଡିୟାନ ?? କାହିଁକି ୟାଙ୍କୁ ନେଇ ଏତେ ଚର୍ଚା ?କିପରି ହେଲେ ଏତେ ଶକ୍ତିଶାଳୀ ?? ଭି.କାତ୍ତିକେୟାନ ପାଣ୍ଡିୟାନ ୨୦୦୨ ମସିହାର ଏହି ଆଇଏଏସ ଅଫିସର ଗଂଜାମ ଜିଲ୍ଲା ରେ ଜିଲ୍ଲାପାଳ ଥିବାବେଳେ 2008 ମସିହାରେ National Rural Employment Guarantee Scheme (NREGS) ରେ ଗଂଜାମ ଜିଲ୍ଲା ସଫଳତା ର ଶୀର୍ଷ ସ୍ଥାନ ଅଧିକାର କରିଥିଲା I ସୌଭାଗ୍ୟବଶତଃ ଏହି ଜିଲ୍ଲାକୁ ପ୍ରତିନିଧିତ୍ବ କରୁଥିଲେ ନିଜେ ମୁଖ୍ୟମନ୍ତ୍ରୀ I ଏହାପରେ ଯେପରି ପାଣ୍ଡିଆନ ଙ୍କ ଭାଗ୍ୟ ଖୋଲିଥିଲା ,ହାତୀ ସୁନାକଳସ ଢାଳିଥିଲା 2011 ମସିହା ମେ ମାସରେ I


ମୁଖ୍ୟମନ୍ତ୍ରୀ ଙ୍କ ବ୍ୟତିଗତ ସଚିବ ଭାବରେ ନିଯୁକ୍ତ ପାଇଥିଲେ ପାଣ୍ଡିଆନ I ନିଜର ବିଚକ୍ଷଣ ବୁଦ୍ଧି ଏବଂ କାର୍ଯ୍ୟକଳାପ ଦ୍ୱାରା ନବୀନ ଙ୍କ ଅତି ପ୍ରିୟ ଏବଂ ବିଶ୍ୱାସ ହେଇପାରିଥିଲେ ପାଣ୍ଡିଆନ I ୟା ପୂର୍ବରୁ ବିଜେଡି ର ପରାମର୍ଶ ଦାତା ତଥା ଚାଣକ୍ୟ ଭାବେ ଜଣାଶୁଣା ଥିଲେ ପ୍ୟାରୀମୋହନ ମହାପାତ୍ର I ହଠାତ ପ୍ୟାରୀଙ୍କ ଉପରୁ ନବୀନ ଙ୍କ ଭରଷା ତୁଟିବାରେ ଲାଗିଲା ,ଚାଣକ୍ୟ ଙ୍କ ଇସାରାରେ ନାଚୁଥିବା ନେତାମାନେ ହଠାତ ନବୀନ ଙ୍କ କଡା ଚେତାବନୀ ରେ ସହିଦନଗର ଯିବା ବନ୍ଦ କରିଦେଇଥିଲେ I

ଧୀରେ ଧୀରେ ଧୀରେ ପାଣ୍ଡିଆନ ଙ୍କ ପ୍ରଭାବ ବଢ଼ିବାରେ ଲାଗିଲା ,ଯାହାକୁ ସହ୍ୟ କରିବା ପ୍ୟାରୀଙ୍କ ପକ୍ଷରେ ଅସମ୍ଭବ ଥିଲା I ଏହାକୁ ନେଇ ୨୦୧୨ ମେ ୨୯ ମିଡନାଇଟ ଅପରେସନ ଚଳାଇଥିଲେ ପ୍ୟାରୀ ,ହଠାତ କିନ୍ତୁ ସବୁ ଘଟଣାର ଗଡ଼ବଡ଼ ହେଇଥିଲା ଏବଂ ବିଜେଡି ରୁ ତଡା ଖାଇଥିଲେ ବିଜେଡି ଚାଣକ୍ୟ ତଥା ପାୱାରଫୁଲ ସାଂସଦ ପ୍ୟାରୀ ମୋହନ ମହାପାତ୍ର I ଏହି ମେଁ ମାସ ପୁଣିଥରେ ପାଣ୍ଡିଆନ କୁ ଆହୁରି ନିକଟତର କରାଇପାରିଥିଲା ମୁଖ୍ୟମନ୍ତ୍ରୀଙ୍କ ସହିତ I

ବିଜେଡି ରୁ ତଡା ଖାଇ ପ୍ରତିଶୋଧ ନେବାକୁ ପ୍ୟାରୀ ରଣହୁଙ୍କାର ଦେଇଥିଲେ କିନ୍ତୁ ନିର୍ବାଚନ ରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ବହୁ ସଂଖ୍ୟାରେ ଆସିଥିଲା ବିଜେଡି ଏବଂ ନବୀନ ହେଇଥିଲେ ଅପରାଜେୟ I ଏହାର ସମସ୍ତ ଶ୍ରେୟ ରେ ପାଣ୍ଡିଆନଙ୍କର ଯେ ଗୁରୁତ୍ୱ ଥିଲା ଏହାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ I ଏହା ପରେ ପାଣ୍ଡିଆନ ଙ୍କ ପାୱାର ବଢ଼ିବାରେ ଲାଗିଥିଲା

I ଏମିତିକି ତାଙ୍କ ବିରୁଧରେ କହିଥିବା ସଂସଦ ତଥା ନବୀନ ଙ୍କ ପ୍ରିୟ ବୈଜୟନ୍ତ ମଧ୍ୟ ବିଜେଡି ରୁ ନିଲମ୍ବିତ ହେଇଥିଲେ I ଖାଲି ବୈଜୟନ୍ତ ନୁଁହନ୍ତି ବିଜେଡି ତୁଣ୍ଡ ଦାମ ଙ୍କୁ ମଧ୍ୟ ଦଳରୁ ବହିଷ୍କାର ହେବାକୁ ପଡିଛି I ଯେଉଁମାନେ ବି ପାଣ୍ଡିଆନ ଙ୍କ ବିରୁଧରେ ସ୍ୱର ଉତ୍ତଳନ କରିଛନ୍ତି ସେମାନଙ୍କୁ ଦଳ ଛାଡିବାକୁ ବାଧ୍ୟ କରାଯାଇଛି I ଏପରିକି ମୁଖ୍ୟମନ୍ତ୍ରୀ ଙ୍କ ଖାସ ଅନୁଗତ ପ୍ରଦୀପ ପାଣିଗ୍ରାହୀ ଙ୍କୁ ମଧ୍ୟ ବିଜେଡି ରୁ ବହିଷ୍କାର କରାଯାଇଛି ଯେହେତୁ ସେ ପାଣ୍ଡିଆନ ଙ୍କ ବିରୁଧରେ ସ୍ୱର ଉଠାଇଥିଲେ I ପାଣ୍ଡିଆନ ଙ୍କୁ ବିଜେଡି ର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପ୍ରାୟତ ସମସ୍ତେ ମାନନ୍ତି I ଅନେକ ସମୟ ରେ ବିରୋଧୀ ମଧ୍ୟ ପାଣ୍ଡିଆନ ଙ୍କ ବିଜେଡି ସହିତ ସମ୍ପୃକ୍ତି ଥିବା ନେଇ ନାରାବାଜି ଦେବା ସହିତ ତାଙ୍କ ଘର ଉପରେ ପଥର ମାଡ କରିଛି ,ଏପରିକି ପାଣ୍ଡିଆନ ଙ୍କ ନାମରେ ଦୁର୍ନୀତି ର ଛିଟା ମଧ୍ୟ ପକାଇଛନ୍ତି

ବରିଷ୍ଠ ନେତା ଦାମୋଦର ଏବଂ ଲକ୍ଷ୍ମଣ ଟୁଡୁ ,ପାଣ୍ଡିଆନ ଜିଲ୍ଲାପାଳ ଥିବା ବେଳେ ଲୁହା ପଥର ଚୋରିରେ ସମ୍ପୃକ୍ତି ଥିବା କଥା ଉଠିଛି କିନ୍ତୁ ପାଣ୍ଡିଆନ ଙ୍କ ଦେହରେ ହାତ ମରିବାର ଦୁଃଶାହସ କେହି କରିପାରିନାହାନ୍ତି i ତେବେ ନବୀନ ପଟନାୟକ ଙ୍କ ପରେ ଯେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନହେବେ ଏକଥା କେହି କହିପାରିବେ ନାହିଁ I ଅବଶ୍ୟ ଏବେ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ବିଜେଡି ର ଉତ୍ତରାଧିକାରୀ ହେବେ ବୋଲି ଚର୍ଚା ହେଉଛି I ସୂଚନା ଥାଉ କି ପାଣ୍ଡିଆନ ଙ୍କ ଶଶୁର ଘର କେନ୍ଦ୍ରାପଡା ରେ ,ପାଣ୍ଡିଆନ ଓଡିଶା ଜ୍ୱାଇଁ I ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ମିଶନ ଶକ୍ତି ର ନିର୍ଦେଶିକା I ବୈଜୟନ୍ତ, ଦାମ ଙ୍କ ଠାରୁ ପ୍ରଦୀପ ପାଣିଗ୍ରାହୀ ଯାଏଁ ସବୁ ଘଟଣା ହିଁ ପ୍ରମାଣ କରୁଛି ଯେ ରାଜ୍ୟ ରାଜନୀତି ରେ ପାଣ୍ଡିଆନ ହିଁ ଗୁରୁତ୍ୱପୂର୍ଣ୍ଣ I ମେ 29 କୁ ସାଧାରଣ ବିଜେଡି ର ମିଡ଼ ଡେ ଅପରେସନ ଭାବେ ଜଣାଶୁଣା କିନ୍ତୁ ସେହି ମେଁ 29 ରେ ପାଣ୍ଡିଆନ ଙ୍କ ଜନ୍ମ I

ଆଉ ପାଣ୍ଡିଆନ ହେଉଛନ୍ତି ବିଜେଡି ଏବଂ ନବୀନ ଙ୍କ ପାଇଁ ଲକି ଯେଉଁଥିପାଇଁ 2019 ରେ ବିପୁଳ ପରିମାଣ ରେ ବିଜୟ ପରେ ମେ 29 ରେ ପାଣ୍ଡିଆନ ଙ୍କ ଜନ୍ମ ଦିନରେ ହିଁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେଡି ସୁପ୍ରିମ ନବୀନ ପଟନାୟକ I ୟା ମଧ୍ୟରେ କୋଭିଡି ସମୟରେ ସୁପରିଚାଳନା ପାଇଁ ରାଜ୍ୟ ପାଇଁ ଅନେକ ଖ୍ୟାତି ଆଣିଛନ୍ତି ପାଣ୍ଡିଆନ I ତେବେ ଏସବୁ ଚର୍ଚା ଭିତରେ ଯେ ଗୋଟିଏ କଥା ସ୍ପଷ୍ଟ ପାଣ୍ଡିଆନ ହେଉଛନ୍ତି ସୁପର ପାୱାର , ତାଙ୍କ ବିନା ନିର୍ଦେଶ ରେ ବିଜେଡି ରେ ପତ୍ର ଟିଏ ହଲେନି I ସୁପର ପାୱାର ପାଣ୍ଡିଆନ ଙ୍କ ଜନ୍ମ ଦିନର ଶୁଭେଚ୍ଛା I
ସ୍ୱତନ୍ତ୍ର ଉପସ୍ଥାପନା :ଗୋପାଳ ଚନ୍ଦ୍ର

2 thoughts on “IAS ରୁ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ;ସୁପର ପାୱାର ପାଣ୍ଡିଆନ I ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା”

Leave a Comment