ଆଜି ସାବିତ୍ରୀ ଓଷା , ସ୍ୱାମୀ ର ମଙ୍ଗଳ କାମନା କରି ସ୍ତ୍ରୀ ବ୍ରତ ରଖିଥାଏ , କିନ୍ତୁ ସାବିତ୍ରୀ ବ୍ରତ ରେ ସ୍ତ୍ରୀ ନୂଆ ସତ୍ୟବାନ ଙ୍କ ସାଙ୍ଗରେ କୁଆଡେ ଚାଲିଯାଇଛନ୍ତି ଏମିତି ଘଟଣା ଘଟିଛି ପୁରୀ ବଳଙ୍ଗା ରେ I ଏନେଇ ସାବିତ୍ରୀ ଙ୍କ ଶାଶୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ସୂଚନା ଅନୁଯାୟୀ ଘଟଣା ହେଉଛି ପୁରୀ ଜିଲ୍ଲା ବଳଙ୍ଗାରଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡି ଗ୍ରାମର ପ୍ରଭାକର ବେହେରାଙ୍କ ସାନ ବୋହୂ ଯମୁନା ଯାଆଙ୍କ ସହ ଏକ ଅଟୋ ଯୋଗେ ସାବିତୀ ପାଇଁ ମାର୍କେଟିଂ କରିବାକୁ ବଳଙ୍ଗା ବଜାରକୁ ଆସିଥିଲେ । ଯାଆ ମାନେ ଦୋକାନରୁ କିଣାକିଣି କରିସାରିବା ପରେ ଯମୁନା ତାଙ୍କ ସାଙ୍ଗରେ ନଯାଇ ଫେରାର ହେଇଯାଇଥିଲେ
ଆଉ ଘରକୁ ଫେରିନଥିଲେ I ଏନେଇ ଶାଶୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଯମୁନା ଥାନାକୁ ଆସି ସ୍ପଷ୍ଟୀକରଣ ରଖିଥିଲେ କି ସେ ତାଙ୍କ ଇଛାରେ ଯାଇଛନ୍ତି I ଯମୁନାଙ୍କର ଗୋଟିଏ ପୁଅ ଅଛି ଏବଂ ତାଙ୍କ ସ୍ୱାମୀ ବାହାରେ ଚାକିରି କରନ୍ତି I