ସାବିତ୍ରୀ ପାଇଁ ଫଳ କିଣିବାକୁ ଯାଇ ଆଉ ଫେରିଲେନି ସତ୍ୟବାନ

ପତି ପରମେଶ୍ବର ଙ୍କର ଦୀର୍ଘାୟୁ କାମନା କରି ଆଜି ର ଦିନ ରେ ବ୍ରତ ରଖିଥିଲେ ସେ ସାବିତ୍ରୀ । ଭୋଗ ହେବ ପାଇଁ ଫଳ ଆଣିବାକୁ ପଠାଇ ଥିଲେ ହାଟ କୁ । ହେଲେ ସେ କଣ ଜାଣିଥିଲେ ଯେ ତାଙ୍କ ସତ୍ୟବାନ ଆଉ ଫେରିବେନି ବୋଲି ।
ଏପରି ଘଟଣା ଦେଖିବାକୁ ମିଳିଛି ସତ୍ୟବାଦୀ ବୀରଗୋବିନ୍ଦପୁର ମାଣିକମାଳ ସାହିରେ ।ନବଘନ ଭୋଇ ନାମକ ଜଣେ ବ୍ୟକ୍ତି ବଜାର କୁ ଫଳ ପାଇଁ ଯାଇଥିବା ସମୟ ରେ ହଠାତ୍ ମୁଣ୍ଡ ବୁଲାଇ ଦେବା ରୁ ରାସ୍ତା ରେ ପଡି ଯାଇଥିଲେ ।

କିନ୍ତୁ ଘଟଣା ସ୍ଥଳ ରେ ଆଗରୁ ଆଖି ବୁଜିଥିଲେ ନବଘନ । ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସେପଟେ ସ୍ୱାମୀଙ୍କ ପାଇଁ ବ୍ରତ ରଖିଥିବା ସାବିତ୍ରୀ ସ୍ୱାମୀଙ୍କୁ ହରାଇ ମୁଣ୍ଡ ପିଟି କାନ୍ଦୁଛି । ଅନ୍ୟପଟେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଆଜିଭଳି ପବିତ୍ର ଦିନରେ ଏଭଳି ଅଘଟଣକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।

 

Leave a Comment