ସାବିତ୍ରୀ ପାଳିବାକୁ ଅପେକ୍ଷା କରିଛନ୍ତି ସ୍ତ୍ରୀ ବିଦ୍ୟୁତ ଆଘାତ ରେ ଚାଲିଗଲେ ସତ୍ୟବାନ ଲାଇନମ୍ୟାନ

ରାତି ପାହି ସକାଳ ହେଲା ,ସ୍ତ୍ରୀ ସାବିତ୍ରୀ ପାଳିବେ ବୋଲି ଏବେବି ବି ଆପେକ୍ଷା କରିଛନ୍ତି କିନ୍ତୁ ସତ୍ୟବାନ ଆଉ ଆସିବେନି କାହିଁକିନା ଗତକାଲି ସତ୍ୟବାନ ଙ୍କୁ ଯମ ନେଇଯାଇଛନ୍ତି I ଘଟଣା ଟି ଝାରସୁଗୁଡା ଅନ୍ତର୍ଗତ ବେଲପାହାର ଅଢାପରା ଗ୍ରାମର I ଏହି ଗ୍ରାମର ଜଗଦୀଶ ପଧାନ ନେସ୍କୋ (TPNODL ) ରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ I ଗତକାଲି ବନ୍ଧବାହାଲ ର ସ୍କୁଲ ପଡ଼ାରେ କାମ କରୁଥିବା ସମୟରେ ଏବି ସୁଇଚ ପରିଚାଳନା ସମୟରେ ବିଦ୍ୟୁତ ଅସାବଧାନତା ଯୋଗୁଁ ବିଦ୍ୟୁତ ଆଘାତ ଲାଗି ସେ ଗୁରୁତର ହେଇଥିଲେ I

ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଗ୍ରାମର ଲୋକେ ଖବର ପାଇବା ପରେ ତାଙ୍କ ପରିବାର ଙ୍କୁ ନ୍ୟାୟ ଦାବିରେ TRL ହସ୍ପିଟାଲ ପାଖ ବେଳପାହାଡ଼ ରୁ ବନ୍ଧବାହାଲ ରାସ୍ତା ଅବରୋଧ କରିଥିଲେ , ପରିବାର କୁ କୋଟିଏ ଟଙ୍କା ସହିତ ଜଣେ ସଦସ୍ୟ ଙ୍କୁ ଚାକିରୀ ଦାବି କରି କରିଥିଲେ I କିନ୍ତୁ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପହଁଚି ୨୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଠାଇନେଇ ଅଟକ ରଖିଛି I ଜଗଦୀଶ ତ ଚାଲିଗଲେ କିନ୍ତୁ ତାଙ୍କ ସାବିତ୍ରୀ ଏବେ ବି ଅପେକ୍ଷା କରିଛନ୍ତି ସତ୍ୟବାନ ଫେରିବେ ,ଏମିତି କେମିତି ଅଧାରୁ ଛାଡି ଚାଲିଯିବେ ଯେ ! ଝାରସୁଗୁଡା ରୁ ସ୍ୱତନ୍ତ୍ର ଉପସ୍ଥାପନା : ଲକି Odishaexclusive ବ୍ୟୁରୋ

Leave a Comment