ଷଡ଼ଯନ୍ତ୍ରକାରୀ ର ପରିଚୟ ଦେଇଛନ୍ତି ସସ୍ମିତ ପାତ୍ର : ସାମ୍ବାଦିକ ତଥା ବିଜେଡି ନେତା ସତ୍ୟଜିତ ବିମଳ ମିଶ୍ର

ଦ୍ୱିତୀୟଥର ପାଇଁ ରାଜ୍ୟସଭା କୁ ଯିବେ ସସ୍ମିତ ପାତ୍ର I ଯାହାକୁ ନେଇ ଏବେ ଜୋରଦାର ଚର୍ଚା I ତେବେ ସସ୍ମିତ ଙ୍କ ରାଜ୍ୟସଭା ଟିକେଟ ପରେ ମୁଁହ ଖୋଲିଛନ୍ତି ବିଜେଡି ନେତା ସତ୍ୟଜିତ ବିମଳ ମିଶ୍ର I ସେ ଫେସ୍ବୁକ ପ୍ରୋଫାଇଲ ରେ ଲେଖିଛନ୍ତି କି Dr Sasmit Patra ଇଂରାଜୀରେ ଲେଖନ୍ତି ମଧ୍ୟ। ଆପଣ google ରେ beiman legacy search କରନ୍ତୁ ତାଙ୍କର ଏକ ବିରାଟ article ପାଇବେ। କିନ୍ତୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ତା କଦାପି ଗ୍ରହଣୀୟ ନୁହେଁ। ଏ screenshot ର ଦ୍ଵିତୀୟ ଧାଡ଼ି ଦେଖନ୍ତୁ।


ଏବଂ ଶେଷ ଧାଡିରେ ଯାହା ଲେଖିଛନ୍ତି, ତା ତାଙ୍କ ଷଡ଼ଯନ୍ତ୍ରକାରୀ ମୁଣ୍ଡର ପରିଚୟ ଦେଇଛି।
ଏଭଳି ଲୋକଙ୍କୁ ରାଜ୍ୟସଭା ପୁଣି ଥରେ ପଠାଇ ମୁଖ୍ୟମନ୍ତ୍ରୀ ତାଙ୍କ ବଡ଼ ହୃଦୟର ପରିଚୟ ଦେଇଛନ୍ତି। ସୂଚନା ଥାଉ କି 2013 ରେ ସସ୍ମିତ ପାତ୍ର The Pioneer ରେ ପ୍ୟାରୀ ଏବଂ ନବୀନ ଙ୍କୁ ନେଇ ବେଈମାନ ଲିଗାସୀ ଶୀର୍ଷକ ରେ ଏକ ଆର୍ଟିକଲ ଲେଖିଥିଲେ I ଯେଉଁଥିରେ କି ସେ ଆରମ୍ଭ କରିଛନ୍ତି ଯେ ସ୍କୁଲ ରେ ଦୁଇ ଜଣ ପିଲା ଖେଳୁଥିଲେ । ଗୋଟେ ପିଲା ନାମ ନବୀନ ଆଉ ଜଣ ଙ୍କ ନା ପ୍ୟାରୀମୋହନ ।ନବୀନ ପ୍ୟାରୀ ମୋହନ କୁ ବେଈମାନ କହି ଗାଳି ଦେଲା ଆଉ ସେଥି ପାଇଁ ସାର ତାକୁ ପାଟି କଲେ କି ଏମିତି ଖରାପ ଶବ୍ଦ କରିବା କଥା ନୁହେ , ଏହା ଏକ ଅପମାନ ଏବଂ ଗାଳି କରିବା ଶବ୍ଦ ।

ହେଲେ ପିଲା କହିଲା କୁ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପତ୍ତନୟକ ଏହି ଶବ୍ଦ କହିଛନ୍ତି ଅଳ୍ପ ଦିନ ତଳେ ତ ମୁ ଭାବିଲି ଏହି ଶବ୍ଦ ସମାଜ ରେ ଗ୍ରହଣୀୟ ଆଉ କହି ହେବ । ଆମକୁ ତ ଶିଖା ଯାଇଥିଲା ବଡ ମାନଙ୍କୁ ଅନୁସରଣ କରିବାକୁ …. ଏଥିରେ ନବୀନ ପଟନାୟକ ଏବଂ ବେଈମାନ ଲିଗାସୀ ର ବ୍ୟାଖ୍ୟା କରାଯାଇଥିବା ବେଳେ ଶେଷରେ ଲେଖିଛନ୍ତି କି ଏସବୁ ଏବେ ବନ୍ଦ ହେବାକୁ ଯାଉନି । ଯେ ପର୍ଯ୍ୟନ୍ତ ପରବର୍ତୀ ବେଈମାନ କୁ ବିଜେଡି ରେ ବଳି ଦିଆ ନ ଯାଇଛି , ନବୀନ ଆଉ ଜଣଙ୍କୁ ଖୋଜନ୍ତୁ । ସେ ବୋଧେ କାହାକୁ ପାଇଁ ସାରିଛନ୍ତି , ବୋଧେ ତାମିଲ ନାଡୁ ରୁ I ତେବେ ତାମିଲ ନାଡୁ ରୁ କିଏ ହେବେ ପରବର୍ତୀ ଶିକାର , ଯାହାଙ୍କୁ ବଳି ଦିଆଯିବ ସସ୍ମିତ ଙ୍କ ଭାଷାରେ ? ସସ୍ମିତ ଙ୍କ ଏହି ପୁରୁଣା ଲେଖା ଏବେ ରାଜନୀତି ମହଲ ରେ ଜୋରଦାର ତାତି ବଢେଇବାରେ ଲାଗିଛି I

Leave a Comment