ପବିତ୍ର ସାବିତ୍ରୀ ଅମାବାସ୍ୟା ରେ ସଧବା ନାରୀ ମାନେ ବ୍ରତ କରିବା କଥା ତ ଆମେ ସମସ୍ତେ ଜାଣିଛେ । କିନ୍ତୁ କିନ୍ନରମାନେ ମଧ୍ୟ ଏହି ସାବିତ୍ରୀ ବ୍ରତ ପାଳନ କରନ୍ତି ବୋଲି ଆପଣ ଜାଣିଛନ୍ତି କି । ତେବେ ସେମାନେ କାହିଁକି ଓ କିପରି ଏହି ବ୍ରତ ପାଳନ କରନ୍ତି ଆଜି ଆମେ ଆପଣଙ୍କୁ କହିବୁ ।
ସ୍ତ୍ରୀ ଯେମିତି ତା’ ସ୍ଵାମୀଙ୍କ ପାଇଁ ଅତ୍ୟନ୍ତ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରେ କିନ୍ନର ମାନେ ମଧ୍ୟ ଠିକ ସେହିପରି ନିଜ ଗୁରୁଙ୍କ ପାଇଁ ଏହି ବ୍ରତ ବେଶ ଉତ୍ସାହ ଉଦ୍ଦୀପନା ସହ ପାଳନ କରନ୍ତି ।
ତେବେ କିଏ ଏହି ଗୁରୁ
କିନ୍ନର ମାନଙ୍କ ମଧ୍ୟରେ ଜଣେ ଗୁରୁ ଥାଆନ୍ତି ଯିଏକି ସମସ୍ତ କିନ୍ନରଙ୍କ ଦାୟିତ୍ଵ ନେଇଥାନ୍ତି ତାଙ୍କୁ ସମସ୍ତେ ଗୁରୁ ବୋଲି ମାନନ୍ତି । କିନ୍ନରଙ୍କ କହିବା ଅନୁଯାୟୀ ସେମାନେ ହେଉଛନ୍ତି ପରସ୍ପରର ଭାଇ, ବନ୍ଧୁ, କୁଟୁମ୍ବ ଓ ସ୍ଵାମୀ ସ୍ତ୍ରୀ ଯେହେତୁ ତାଙ୍କର କେହି ନାହାନ୍ତି । ପରସ୍ପର ମଧ୍ୟରେ ସେମାନଙ୍କର ପ୍ରେମ ବଜାୟ ରଖିବାକୁ ଓ ପରସ୍ପରର ଶୁଭ ମନାସି ସେମାନେ ସାବିତ୍ରୀ ପାଳନ କରନ୍ତି । ସାବିତ୍ରୀ ଦିନ ସାଧାରଣ ସ୍ତ୍ରୀ ଟିଏ ସକାଳୁ ଉଠି ନିତ୍ୟକର୍ମ ଶେଷ କରି ନୂଆ ଲୁଗା ପିନ୍ଧି ଓ ଶୃଙ୍ଗାର କରି ସଜବାଜ ହୋଇଥାନ୍ତି ଏବଂ ମନ୍ଦିରକୁ ଯାଇ ପୂଜା କରିଥାନ୍ତି ।
ସକାଳୁ ଉଠି ସେମାନେ ଶାଢ଼ୀ ଚୁଡ଼ି ପିନ୍ଧିବା ସହ ସାଙ୍ଗ ହେଇ ମନ୍ଦିର ଯାଇଥାନ୍ତି ପୂଜା କରିବାକୁ। ଏବଂ ମନ୍ଦିର ରେ ପ୍ରସାଦ ଖାଆନ୍ତି ।
ସବୁ ଠୁ ଭଲ କଥା ହେଲା ସେମାନେ ପରସ୍ପର ଙ୍କୁ ସିନ୍ଧୁରେ ମଧ୍ୟ ଲଗେଇ ଦିଅନ୍ତି । ଏବଂ ବାପା ଘରୁ ଭାର ଆସିବା ପରି ପରା ସ୍ପର କୁ ଭାର ମଧ୍ୟ ଦିଅନ୍ତି ।ହିଦିନ ସେମାନେ ପଶୁପକ୍ଷୀ ଓ ପରିବେଶ ପାଇଁ ଉତ୍ତମ କାର୍ଯ୍ୟ କରିବାକୁ ମଧ୍ୟ ସଙ୍କଳ୍ପ ନିଅନ୍ତି ଓ ସେମାନଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଆଦି ଦିଅନ୍ତି ।