ପୁଣି ଭିଡିଓ ଛାଡିଲେ ଅନୁଭବ , ଏଥରକ ଟାର୍ଗେଟ ରେ ବିଦୁସ୍ମିତା ପଢନ୍ତୁ କଣ କହିଲେ

କିଛିଦିନ ଧରି ଜୋରଦାର ଚର୍ଚା ପରେ ହାଇକୋର୍ଟ ଙ୍କ ନିର୍ଦେଶ କ୍ରମେ ବର୍ଷା ଏବଂ ଅନୁଭବ ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ନୀରବତା ରହିଥିବା ବେଳେ ଆଜି ପୁଣି ଭିଡିଓ ଛାଡିଛନ୍ତି ଅନୁଭବ I ତେବେ ଏଥରକ ପତ୍ନୀ ବର୍ଷା ନୁହେଁ ଟାର୍ଗେଟ ରେ ଅଭିନେତ୍ରୀ ବିଦୁସ୍ମିତା I ଅଭିନେତ୍ରୀ ବିଦୁସ୍ମିତା ଙ୍କ ନାମ ନନେଇ ସିଧାସଳଖ ତାଙ୍କୁ ଟାର୍ଗେଟ କରି ବିଷ ଓଗାଳିଛନ୍ତି ଅନୁଭବ I ଅନୁଭବ କହିଛନ୍ତି କି ଦୟାକରି ମୋତେ ବଦନାମ କରିବା ବନ୍ଦ କର ।

ମିଛରେ ମୋ ନାଁରେ କାହିଁକି ଅପପ୍ରଚାର କରୁଛ I ଦୁଇବର୍ଷ ତଳେ ମୋ ନାମ ନେଇ ସିଧାସଳଖ ଗଣମାଧ୍ୟମ ସାମ୍ନାରେ ମୋ ଚରିତ୍ର ସଂହାର କରିଥିଲେ । ମୁଁ କୁଆଡେ ତାଙ୍କୁ ଦୁର୍ବ୍ୟବହାର କରିଥିଲି , କିନ୍ତୁ ସେଭଳି କୌଣସି ଘଟଣା ହେଇନଥିଲା I ମୋ ନାମରେ ଏଭଳି ରାଜନୈତିକ ଫାଇଦା ପାଇଁ ଅପା ପ୍ରଚାର କରାଯାଉଛି କିମ୍ବା ତାଙ୍କୁ କେହି ଏଭଳି କରିବାକୁ କହିଛନ୍ତି I ଏହାସହିତ ସେ ତାଙ୍କର ଜଣେ ବନ୍ଧୁ ଙ୍କ ସହିତ ମିଶି ଏକ ଭିଡିଓ ଛାଡିଛନ୍ତି I ସୂଚନା ଥାଉ କି ବର୍ଷା ଙ୍କ ସପକ୍ଷରେ ବିଦୁସ୍ମିତା ମୁଁହ ଖୋଲି ଅନୁଭବ ଙ୍କ ବିରୁଦ୍ଧରେ କହିଥିଲେ I ଅନୁଭବ ନାରୀଙ୍କୁ ସମ୍ମାନ ଦିଅନ୍ତି ନାହିଁ । ସେ ଜଣେ ଭଲ ବ୍ୟକ୍ତି ନୁହନ୍ତି ,ଏଭଳି ଘଟଣା ସେତେବେଳେ ଜୋର ଚର୍ଚା ହେଇଥିଲା ,ତେବେ 2ବର୍ଷ ପରେ ଏବେ ବିଦୁସ୍ମିତା ଙ୍କ ବିପକ୍ଷରେ ମୁଁହ ଖୋଲିଛନ୍ତି ଅନୁଭବ I

 

Leave a Comment