ଘଡେଇ ପରିବାର କୁ ଆସିଛି ନୂଆ ଅତିଥି I ଗତକାଲି ଚୁଲବୁଲି ନାୟିକା ଝିଲିକ ଙ୍କ ଜନ୍ମ ଦିନ ଥିବାବେଳେ ସେ ଏକା ସାଙ୍ଗରେ ଦୁଇଟି ଝିଅ ଙ୍କୁ ଜନ୍ମ ଦେଇଛନ୍ତି I ଏନେଇ ଯଦିଓ ଝିଲିକ କିମ୍ବା ଘଡେଇ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ତେବେ ସୂଚନା ଅନୁଯାୟୀ ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଝିଲିକ ଚିକିତ୍ସିତ ହେଉଥିବାବେଳେ ଗତକାଲି ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି I
ଝିଲିକ ଙ୍କ ସନ୍ତାନ ଙ୍କୁ ଦେଖିବାକୁ ଫ୍ୟାନ ମହଲ ରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି I ସୂଚନା ଥାଉ କି ଝିଲ୍ଲିକ ସୁକିନ୍ଦା ବିଧାୟକ ତଥା ପ୍ରଫୁଲ୍ଲ ଘଡ଼ାଇ ଙ୍କ ସୁପୁତ୍ର ଡାନି ଘଡ଼ାଇ ଙ୍କୁ ୨୦୨୦ ମସିହାରେ ଚିଲିକାର ଏକ ରିସୋର୍ଟରେ ବିବାହ କରିଥିଲେ I