ପ୍ରଥମ ଥର ପାଇଁ ହାରିଗଲେ ବଡ ଖବର ର ସମ୍ପାଦକ ଅର୍ଧେନ୍ଦୁ ଦାସ ,୧ ଲକ୍ଷ ଟଙ୍କା ଜୋରିମାନା ଦେବେ

ପ୍ରଥମ ଥର ପାଇଁ ଆଇନ ର ଲଢେଇ ରେ ହାରିବାକୁ ପଡିଛି ବଡ ଖବର ର ସମ୍ପାଦକ ଅର୍ଧେନ୍ଦୁ ଦାସ ଙ୍କୁ I ଜଗା ପାଇଁ ଲଢେଇ କରିବାକୁ ସୁପ୍ରିମ କୋର୍ଟ ଯାଇଥିବା ବେଳେ ତାଙ୍କୁ ନିରାଶ ହେବାକୁ ପଡିଛି I ବେଆଇନ ଭାବେ ଶ୍ରୀମନ୍ଦିର କରିଡର ନିର୍ମାଣ କରାଯାଉଥିବାରୁ ଏହାକୁ ବନ୍ଦ କରିବା ପାଇଁ ବଡ଼ ଖବର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ଏହାର ଶୁଣାଣି କରି ରହିତାଦେଶ ଆବେଦନ କୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଏହାସହିତ କୋର୍ଟଙ୍କ ବହୁ ମୂଲ୍ୟ ସମୟ ନଷ୍ଟ କରିଥିବାରୁ ଅର୍ଧେନ୍ଦୁ ଦାସ ଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ I ତେବେ ଅର୍ଧେନ୍ଦୁ ଙ୍କ ହାରିବା କୁ ନେଇ ଏବେ ସବୁ ମହଲ ରେ ଚର୍ଚା ହେଉଛି କାହିଁକିନା ୟେ ହେଉଛନ୍ତି ସେଇ ସାମ୍ବାଦିକ ଯିଏ ଆଜି ଯାଏଁ ପରାଜୟ କଣ ଜାଣିନଥିଲେ , ଭଣ୍ଡ ସାରଥୀ ଙ୍କୁ ନାକରେ ପାଣି ପିଆଇ ଭଣ୍ଡାମୀ ର ଭଣ୍ଡା ଫୋଡ଼ କରି ଅସଲ ଚେହେରା କୁ ପଦାରେ ପକାଇଥିଲେ I

ଏକଦା ପାୱାର କରିଡର ରେ ପତିଆରା ଏବଂ ଲକ୍ଷ ଲକ୍ଷ ସମର୍ଥକ ଥିବା ସାରଥୀ କୁ ଆଖି ଉଠାଇ ଚାହିଁବାକୁ ଦୁଃସାହସ କେହି କରୁନଥିବା ବେଳେ ଅର୍ଧେନ୍ଦୁ ଗୋଟିକ ପରେ ଗୋଟିଏ ପୋଲ୍ ଖୋଲିଥିଲେ I ୟେ ହେଉଛନ୍ତି ସେଇ ବ୍ୟକ୍ତି ଯିଏ ଜଣେ ସାମ୍ବାଦିକ ରୁ ଗଣମାଧ୍ୟମ ଟିଭି ଚାନେଲ ଖୋଲିବା ଭଳି ଦୁଃସାସହ କରିଥିଲେ I

 

Leave a Comment