ବିଜୁଳି ବିଭାଗ ରେ SHG ମହିଳା ଙ୍କୁ ମିଳିବ ଲାଇନମ୍ୟାନ ନିଯୁକ୍ତି ,ପଢନ୍ତୁ କଣ କହିଲେ ମିଶନ ଶକ୍ତି ସଚିବ

ଏଥର ବିଦ୍ୟୁତ ବିଭାଗ ରେ ମହିଳା ଙ୍କୁ ମିଳିବ ନୂଆ ନିଯୁକ୍ତି I SHG ମହିଳା ମାନଙ୍କୁ ଲାଇନମ୍ୟାନ ଭାବରେ ଟ୍ରେନିଂ ଦିଆଯିବ I ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ଯେ, ‘ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି । ମହିଳା ଙ୍କୁ ସ୍ୱାବଲମ୍ବୀ କରାଯିବା ପାଇଁ ବିଭିର୍ଣ୍ଣ ଯୋଜନା ପ୍ରସ୍ତୁତ କରାଯାଉଛି I

ବିଶେଷ କରି ବିଜୁଳି ବିଭାଗ ରେ ଏଥର ଲାଇନମ୍ୟାନ ଟ୍ରେନିଂ ପାଇଁ SHG ମହିଳା ମାନଙ୍କୁ ନିୟୋଜିତ କରାଯିବା ପାଇଁ ଚେଷ୍ଟା ଚାଲିଛି I ପୂର୍ବରୁ ମିଟର ରିଡିଂ ବିଲ୍ କଲେକ୍ସନ କାର୍ଯ୍ୟରେ SHG ମହିଳା ଙ୍କୁ ନିୟୋଜିତ କରାଯାଇଥିଲା , ସେମାନେ ନିଜର କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି , ତେବେ ଗ୍ରାଉଣ୍ଡ ସ୍ତର ରେ ବିଲ୍ କଲେକ୍ସନ ,ମିଟର ରିଡର କରୁଥିବା SHG ମହିଳା ମାନଙ୍କୁ , ବିଦ୍ୟୁତ କଟିଲେ କଂଜୁମର ମାନେ ପ୍ରଥମେ ଜଣାଇଥାନ୍ତି ,ଆଗାମୀ ବର୍ଷେ ଭିତରେ ସେମାନଙ୍କୁ ଟ୍ରେନିଂ ଦିଆଯାଇ କିଭଳି ବିଦ୍ୟୁତ ମରାମତି କରିପାରିବେ ସେନେଇ ଲକ୍ଷ ରଖାଯାଇଛି I

1 thought on “ବିଜୁଳି ବିଭାଗ ରେ SHG ମହିଳା ଙ୍କୁ ମିଳିବ ଲାଇନମ୍ୟାନ ନିଯୁକ୍ତି ,ପଢନ୍ତୁ କଣ କହିଲେ ମିଶନ ଶକ୍ତି ସଚିବ”

Leave a Comment