ଆଜି ନବୀନ ଙ୍କ ମନ୍ତ୍ରୀମଣ୍ଡଳ ରୁ ଇସ୍ତଫା ଦେଇଛନ୍ତି ସମସ୍ତ ମନ୍ତ୍ରୀ I ମେ’ ୨୯ ତାରିଖ ନବୀନ ସରକାରଙ୍କ ପଂଚମ ପାଳିର ତୃତୀୟ ବର୍ଷ ପୂରଣ ହେଇସାରିଛି I ଚର୍ଚା ହେଉଥିଲା କି ଏହି ଅବସର ରେ ହୁଏତ ନୂଆ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ Iଯାହା ସତ ହେବାକୁ ଯାଉଛି ଆସନ୍ତା କାଲି ନୂଆ ମନ୍ତ୍ରୀ ମାନେ ଶପଥ ନେବେ I ତେବେ କିଏ ପାଇବେ ନୁଆ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ଏବଂ କିଏ ବାହାରିବେ ତାହାକୁ ନେଇ ରାଜନୀତି ପାଣିପାଗ ଚଳଚଞ୍ଚଳ I ଏପଟେ ୨୦୧୯ ମେ’ରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ନିର୍ବାଚନୀ ଇସ୍ତାହାରକୁ କେଉଁ ମନ୍ତ୍ରୀ କେତେ କାର୍ଯ୍ୟରେ ଲଗାଇଛନ୍ତି ସେନେଇ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିଛନ୍ତି I
ଚର୍ଚା ହେଉଛି ଏଥରକ ମନ୍ତ୍ରୀ ମଣ୍ଡଳ ରେ ଯୁବ ଚେହେରା ଙ୍କୁ ସୁଯୋଗ ମିଳିପାରେ I ପୂର୍ବରୁ ଏକ ଖବର ହ୍ଵାଟ୍ସଅପ ରେ ମୋବାଇଲ କୁ ମୋବାଇଲ ଭାଇରଲ ହେଇଥିଲା ଯେଉଁଥିରେ କି ନୁତନ ମନ୍ତ୍ରୀମଣ୍ଡଳ ନାମ ଉଲ୍ଲେଖ ରହିଥିଲା ,ଭାଇରଲ ଚର୍ଚା ଅନୁଯାୟୀ ଷ୍ଟିଲ ଏବଂ ମାଇନ୍ସ ,ଶିଳ୍ପ ମନ୍ତ୍ରୀ ପାଇଁ ପ୍ରିତିରଞ୍ଜନ ଘଡ଼ାଇ ଓରଫ ଡାନି ଏବଂ ଟୁରିଜମ ଏବଂ କଲଚର ରେ ପିପିଲି ବିଧାୟକ ରୁଦ୍ର ମହାରଥୀ ଙ୍କ ନାମ ଥିଲା I
ତେବେ ଖବର ଟି ସମ୍ପୁର୍ଣ୍ଣ ମିଥ୍ୟା ଥିଲା ଏବେ ମନ୍ତ୍ରୀମଣ୍ଡଳ ରୁ ଇସ୍ତଫା ଦେବା ପରେ ଚର୍ଚା ହେଉଛି ରୁଦ୍ର ଏବଂ ଡାନି ଙ୍କୁ ମନ୍ତ୍ରୀପଦ ମିଳିପାରେ I ଅବଶ୍ୟ ଏବେ ଡାନି ଘଡ଼ାଇ ଏବଂ ବାପାଙ୍କ ପରେ ପିପିଲି ଗଡ ସମ୍ଭାଳିଥିବା ଜୁନିଅର ମହାରଥୀ ରୁଦ୍ର ବେସ ଚର୍ଚ୍ଚା ରେ ଅଛନ୍ତି I ତେବେ ଆପଣ କଣ ଚାଁହୁଛନ୍ତି ଉଭୟ ମନ୍ତ୍ରୀ ପାଇଁ ଯୋଗ୍ୟ କି ନାହିଁ କମେଣ୍ଟ ରେ ଜଣାଇବେ
Rudra Maharathi & Pritiranjan Ghadei ku new minister dele bhala huanta
Dani bro… More Talent…
J. Maharathi… More Active…
So they r eligible for Minister.