ଦିଲ୍ଲୀରୁ ଧାଇଁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ,ପ୍ରଚାର ବି କଲେ କିନ୍ତୁ ଭଉଣୀ ରହିଲେ ତୃତୀୟ ସ୍ଥାନରେ

ବ୍ରଜରାଜନଗର ଉପ ନିର୍ବାଚନ ରେ ବାଜି ମାରିଚୀ ବିଜେଡି ,କେବଳ ଜିତି ନାହିଁ ୬୬ ହଜାରରୁ ଅଧିକ ଭୋଟରେ ବିରୋଧୀଙ୍କୁ ପାଣି ପିଆଇଛି I ମୁଖ୍ୟ ବିରୋଧୀ ଦଳ ବୋଲାଉଥିବା ବିଜେପି ତୃତୀୟ ସ୍ଥାନ କୁ ଖସିଯାଇଛି , ନିଜର ଅମାନତ ହରାଇଛି ବିଜେପି I ତେବେ ପରାଜୟ କୁ ସ୍ୱୀକାର କରିପାରୁନାହାନ୍ତି ବିଜେପି ର ରାଧାରାଣୀ ପଣ୍ଡା I ତାଙ୍କର ବ୍ୟକ୍ତିଗତ ଭାବରେ 20ହଜାର ରୁ ଉର୍ଦ୍ଧ ଭୋଟ ଥିବାବେଳେ ସେ କିଭଳି ତୃତୀୟ ସ୍ଥାନରେ ରହିଲେ ସେନେଇ ପ୍ରଶ୍ନ ଦୋହରାଇଛନ୍ତି I ଏପରିକି କେନ୍ଦ୍ରମନ୍ତ୍ରୀ ତଥା ରାଧାରାଣୀ ଙ୍କ ମୁକୁ ଭାଇ ଦିଲ୍ଲୀ ରୁ ବ୍ରଜରାଜନଗର ଧାଇଁ ଆସିଥିଲେ , ପ୍ରଚାର ମଧ୍ୟ କଲେ କିନ୍ତୁ ମୁକୁ ଭାଇ ଙ୍କ ପ୍ରଚାର କିଛି କାମ ଦେଲାନି ବରଂ ତୃତୀୟ ସ୍ଥାନ କୁ ଖସି ଆସିଲା ବିଜେପି I

ତେବେ ବ୍ରଜରାଜନଗର ଉପ ନିର୍ବାଚନ ରେ କାହିଁକି ନିଜର ଅମାନତ ହରାଇଲା ବିଜେପି ? ଆସନ୍ତୁ ନଜର ପକାଇବା କିଛି ଘଟଣା ଉପରେ I

1) ରାଧାରାଣୀଙ୍କୁ ନେଇ ବ୍ରଜରାଜନଗର ବିଜେପି ରେ ଅସନ୍ତୋଷ ସୃଷ୍ଟି ହେଇଥିଲା ,ପୂର୍ବରୁ ସେ ହାରିଥିବା ବେଳେ ଦଳ ଆଉ ଜଣଙ୍କୁ ପ୍ରାଥୀ କରୁ ବୋଲି ସମସ୍ତେ ଚାଁହୁଥିଲେ ,ରାଧାରାଣୀ ଙ୍କ ପ୍ରାଥୀ ପରେ ବିଜେପି ଜିଲ୍ଲା ସଭାପତି ଦଳରୁ ଇସ୍ତଫା ଦେଇଥିଲେ I 2) ସୁଜିତ ସିଂ ଟିକେଟ ଆଶାୟୀ ଥିଲେ, କିନ୍ତୁ ସେ ଅପରାଜିତାଙ୍କ ସମର୍ଥକ ଥିବାରୁ , ଅପରାଜିତା -ଧର୍ମେନ୍ଦ୍ର ଅନ୍ତଃକନ୍ଦଳ ରେ ତାଙ୍କୁ ଟିକେଟ ମିଳିନଥିଲା ଚର୍ଚା ହେଇଥିଲା I

3) ସୁଜିତ ସିଂ ଟିକେଟ ଆଶାୟୀ ଥିଲେ କିନ୍ତୁ ଟିକେଟ ନ ମିଳିବାରୁ ରାଧାରାଣୀ ବଦଳରେ କଂଗ୍ରେସ କୁ ଭୋଟ ଦେବାକୁ କୁଆଡେ ଉସୁକାଉଥିଲେ ବୋଲି ଚର୍ଚା ହେଉଛି I 4) ସୁଜିତ ଙ୍କୁ ଟିକେଟ ନମିଳିବାରୁ ଅପରାଜିତା କୁଆଡେ ଅସନ୍ତୋଷ ଥିଲେ ଯେଉଁଥିପାଇଁ ଷ୍ଟାର ପ୍ରଚାରକ ରେ ତାଙ୍କ ନାମ ଥାଇ ମଧ୍ୟ ସେ ଗୋଟେ ବି ଦିନ ପ୍ରଚାର କରିବାକୁ ଯାଇନଥିଲେ I

5) ବିଜେପି ର ମହଙ୍ଗା ମାଡ, ପେଟ୍ରୋଲ ଡିଜେଲ ,ଗ୍ୟାସ ର ହୁ ହୁ ଦର ବୃଦ୍ଧି ରେ ଲୋକ ବ୍ୟତିବ୍ରତ ହେଇଗଲେଣି ଯେଉଁଥିପାଇଁ ବିଜେପି କୁ ପ୍ରତ୍ୟାଖାନ କରିଛନ୍ତି I

Leave a Comment