ମନ୍ତ୍ରୀ ମଣ୍ଡଳ ର ହେଲା ନବକଳେବର ,ଜାଣନ୍ତୁ କିଏ ହେଲେ କେଉଁ ମନ୍ତ୍ରୀ

ମନ୍ତ୍ରୀ ମଣ୍ଡଳ ର ହେଇଚି ନବକଳେବର I ଗତକାଲି ସମସ୍ତ ମନ୍ତ୍ରୀ ଇସ୍ତଫା ଦେବାପରେ ଆଜି ନୂଆ ମନ୍ତ୍ରୀ ମାନେ ଶପଥ ନେଇଛନ୍ତି I ତେବେ ଆସନ୍ତୁ ଜାଣିବା କିଏ ହେଲେ କେଉଁ ବିଭାଗ ର ମନ୍ତ୍ରୀ I

କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମିଳିଛି ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଆଦିବାସୀ ଓ ଆଇନ ବିଭାଗ। ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୃଷି ଓ ମତ୍ସ୍ୟସଂପଦ, ପ୍ରମିଳା ମଲ୍ଲିକଙ୍କୁ ରାଜସ୍ବ, ଉଷା ଦେବୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଟୁକୁନି ସାହୁଙ୍କୁ ଜଳସଂପଦ, ବାଣିଜ୍ୟ ଓ ପରିବହନ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଇସ୍ପାତ, ପୂର୍ତ୍ତି ଓ ଖଣି, ପ୍ରତାପ କେଶରୀ ଦେବଙ୍କୁ ଶିଳ୍ପ ଓ ଶକ୍ତି, ଅତନୁ ସବ୍ୟସାଚୀ ନାୟକଙ୍କୁ ଖାଦ୍ୟ ଯୋଗାଣ ଓ ସମବାୟ, ପ୍ରଦୀପ କୁମାର ଅମାତଙ୍କୁ ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଓ ପାନୀୟ ଜଳ, ନବକିଶୋର ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଜ୍ଞାନ ଓ କାରିଗରୀ କୈଶଳ, ସାଧାରଣ ଉଦ୍ୟୋଗ ଓ ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ମିଳିଛି।

ସେହିପରି  ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ସମୀରରଞ୍ଜନ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା, ଅଶ୍ୱିନୀ କୁମାର ପାତ୍ର ପର୍ଯ୍ୟଟନ ସଂସ୍କୃତି ଓ ଅବକାରୀ, ପ୍ରୀତିରଞ୍ଜନ ଘଡ଼େଇ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ, ଶ୍ରୀକାନ୍ତ ସାହୁ ଶ୍ରମ ଓ ନିଯୁକ୍ତି, ତୁଷାରକାନ୍ତି ବେହେରା ଇଲୋକ୍ଟ୍ରେନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବବ୍ୟାପାର, ରୋହିତ ପୂଜାରୀ ଉଚ୍ଚ ଶିକ୍ଷା, ରୀତା ସାହୁ ହସ୍ତତନ୍ତ ଓ ବୟନ ଶିଳ୍ପ, ବାସନ୍ତୀ ହେମ୍ବ୍ରମ ମହିଳା ଶିଶୁ କଲ୍ୟାଣ ଓ ମିସନ୍ ଶକ୍ତ ବିଭାଗର ଦାୟିତ୍ବ ମିଳିଛି। ତୁଷାରକାନ୍ତି ବେହେରାଙ୍କୁୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ବି ଦିଆଯାଇଛି।

Leave a Comment