ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଇଛି ,ଏକା ସାଙ୍ଗରେ ଗତକାଲି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ନୂଆ ମନ୍ତ୍ରୀ ଙ୍କ ନାମ ଘୋଷଣା କରାଯାଇଛି I ତେବେ ନୂଆ ମନ୍ତ୍ରୀମଣ୍ଡଳ ରେ ଗୃହମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ନାମ ନାହିଁ I ତାଙ୍କୁ ଏଥରକ ଆଉ ମନ୍ତ୍ରୀପଦ ମିଳିନି I ଦିବ୍ୟଶଙ୍କର ଙ୍କୁ ଅଡୁଆ ହେଲେ କି ମମିତା !
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଛନ୍ଦି ହେଇପଡ଼ିଥିଲେ ଦିବ୍ୟଶଙ୍କର , ଏବେବି ମିଶ୍ରଙ୍କ ନାଁରେ ହାଇକୋର୍ଟରେ ମାମଲା ଚାଲିଛି। ମମିତା ହତ୍ୟାକାଣ୍ଡ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା ବିଧାନସଭା ହୁଲସ୍ତୁଲ ହେବାପରେ ଗୃହରେ ଉତ୍ତର ରଖିଥିଲେ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।
କିନ୍ତୁ ବିରୋଧୀ ନଛୋଡବନ୍ଧା ଥିଲେ I ସେହି କଲେଜ କୁ ମନ୍ତ୍ରୀ ଏବଂ ଭିଆଇପିମାନେ କେଉଁ ଉଦ୍ଦେଶ୍ୟରେ ପରିଦର୍ଶନ କରିଥିଲେ, କାହିଁକି ସେଠାରେ ରାତ୍ରିଯାପନ କରୁଥିଲେ ଏସବୁ ପ୍ରଶ୍ନ ରେ ଘାଇଲା କରିଥିଲେ ସେତେବେଳେ ବିରୋଧୀ I ଗିରଫ ହେଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଙ୍କ ସହିତ
ଦିବ୍ୟଶଙ୍କର ଙ୍କ ଅତି ଉତ୍ତମ ସମ୍ପର୍କ ଥିବା ଏବଂ ଏହି ଘଟଣା ରେ ଦିବ୍ୟଶଙ୍କର ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ସେତେବେଳେ ଇସ୍ତଫା ଦାବି କରିଥିଲେ ବିରୋଧୀ I