ପ୍ରେମ ଧୋକା ଓ ବିବାହ କୁ ନେଇ ଏକ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଅଞ୍ଚଳ ରେ।
ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ନିଜ ପ୍ରେମିକ ର ବର ଗାଡ଼ି କୁ ଅଟକାଇ ହାଇ ଡ୍ରାମା ସୃଷ୍ଟି କରିଥିଲେ, ଯାହା ଫଳରେ ପୋଲିସ ଆସି ଘଟଣା ରେ ହସ୍ତକ୍ଷେପ କରିଥିଲା।
ଯୁବକ ଙ୍କ କହିବା ଅନୁଯାୟୀ ସେମାନେ ପରସ୍ପରକୁ ଭଲ ପାଇବା ପରେ ସେମାନେ ଭଲରେ ରହିବା ପାଇଁ ମଧ୍ୟ ଭାବି ନେଇ ଥିଲେ।ଏହା ସହିତ ସେହି ଝିଅ ତାଙ୍କ ପାଖରୁ ଅନେକ ଥର ଟଙ୍କା ମଧ୍ୟ ନେଇ ଥିଲେ।ତେବେ ସେମାନେ ଯେତେବେଳେ ବିବାହ କରିବା ପାଇଁ ନିଷ୍ପତି ନେଇ ଥିଲେ ଏହା ସମ୍ପର୍କରେ ସେମାନଙ୍କ ପରିବାର ଲୋକ ମଧ୍ୟ ଜାଣି ଥିଲେ।
ସେମାନେ ଅଳ୍ପ ଦିନ ମଧ୍ୟରେ ବିବାହ କରିଥାନ୍ତେ।କିନ୍ତୁ ସେହି ଝିଅଙ୍କର ପିତା ଅଚାନକ ଭାବରେ ତାଙ୍କର ବିବାହ ଆଉ ଏକ ସ୍ଥାନରେ କରାଇ ଦେଇ ଥିଲେ।ତେବେ ସେ ଯେତେବେଳେ ଏହି କଥା ସମ୍ପର୍କରେ ଶୁଣି ଥିଲେ ସେ ଏହାକୁ ସହଜରେ ବିଶ୍ୱାସ କରି ପାରିନଥିଲେ।
ଏହା ପରେ ମଧ୍ୟ ସେଠାରେ ସେହି ଯୁବକ ଅନେକ କଥା କହୁ ଥିବାର ଦେଖା ଯାଇ ଥିଲା।ଯାହା ଫଳରେ ସେଠାରେ ଥିବା ଜଣେ ମହିଳା ପୋଲିସ ବହୁତ ଅଧିକ ରାଗି ଯାଇ ଥିବାର ମଧ୍ୟ ଦେଖା ଯାଇ ଥିଲା।
ଏହା ପରେ ସେହି ପୋଲିସ ମହିଳା ସେହି ଯୁବକଙ୍କୁ ଅନେକ କଥା ମଧ୍ୟ କହିଥିଲେ।ତେବେ ତାଙ୍କୁ ସେହି ମହିଳାପୋଲିସ କହିଥିଲେ କି ତୁ ଚାଲ ତତେ ଭିତରେ ମାଇକିନା ଦେବି ତେବେ ସେ ସେଠାରେ ବହୁତ ଅଧିକ ରାଗି ଯାଇ ଥିଲେ।ଏହା ସହିତ ତାଙ୍କୁ ପୋଲିସ ଥାନା ନେଇ ଯାଇଥିଲେ ବୋଲି ଜଣା ପଡିଥିଲା।ଏହି ଘଟଣାରେ ଆଗକୁ କଣ ହେଉଚି ଏହା ଦେଖିବାକୁ ବାକି ରହିଲା।