ନବ କଳେବର ହେଇଚି ନବୀନ ଙ୍କ ମନ୍ତ୍ରୀ ମଣ୍ଡଳ । କିଛି ପୁରୁଣା ଚେହେରା ଏବଂ କିଛି ନୂଆ ଚେହେରା ନେଇ ତିଆରି ହେଇଚି ନୂଆ ମନ୍ତ୍ରୀ ମଣ୍ଡଳ । ତେବେ ବାଦ ପଡି ଯାଇଥିବା ମନ୍ତ୍ରୀ ମାନଙ୍କୁ ଆଜି ନବୀନ ନିବାସ ରେ ଦେଖିବାକୁ ମିଳିଛି ।
ବିଭିନ୍ନ ପସଙ୍ଗ କୁ ନେଇ କୁଆଡେ ଚାଲିଛି ଆଜି ଜୋର ସୋର ଆଲୋଚନା
ଖବର ଅନୁଯାୟୀ, ନବୀନ ନିବାସରେ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଜ୍ୟୋତି ପାଣିଗ୍ରାହୀ ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି ଓ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିବା ସୂଚନା । ତେବେ କେଉଁ ପ୍ରସଙ୍ଗ ନେଇ ଆଲୋଚନା ହେଉଛି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ ।